Latest Odisha News

ପାରିବାରିକ ହିଂସା ମାମଲା: ସମୟ ମାଗିଲେ ଅନୁଭବ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ହୋଇଥିବା ପାରିବାରିକ ହିଂସା ମାମଲାକୁ ନେଇ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ଅନୁଭବ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ ହେବ।

ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ ଆଣି କୋର୍ଟ ଯାଇଥିଲେ ବର୍ଷା । ମଦ୍ୟପାନ କରିବା, ବିରୋଧ କଲେ ବାଡ଼େଇବା ଏମିତିକି ଗୋଇଠା ମାରନ୍ତି ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ସେପଟେ ଅନୁଭବ ମଧ୍ୟ ଛାଡ଼ପତ୍ର ନେଇ କୋର୍ଟ ଯାଇଛନ୍ତି ଅନୁଭବ।

Leave A Reply

Your email address will not be published.