Latest Odisha News

BREAKING NEWS

ଡ୍ରଗ୍ସ ମାଫିଆ ଜେଲରୁ ଖସିବା ପରେ ଏହି ଦେଶରେ ହେଲା ଏର୍ମଜେନ୍ସି ଘୋଷଣା

କ୍ୱିଟୋ: ଇକ୍ୱେଡର ସବୁଠାରୁ ମାରାତ୍ମକ ଅପରାଧୀଙ୍କ ମଧ୍ୟରୁ ଜଣେ ଜେଲରୁ ଖସିବା ପରେ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଖି ସ୍ଥାନୀୟ ସରକାର ଏର୍ମଜେନ୍ସି ଘୋଷଣା କରିଛନ୍ତି । ଦେଶର ଅଧିକାଂଶ ଜେଲରେ ଦଙ୍ଗା ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଜେଲରଙ୍କୁ ବନ୍ଧକ ଭାବେ ରଖାଯାଇଛି । ୪୪ ବର୍ଷୀୟ ଡ୍ରଗ ମାଫିଆ ଏଡୋଲ୍ଫ ମ୍ୟାକିୟାସ ଓରଫ ଫିଟୋ ରବିବାର ହଠାତ ଜେଲରୁ ଗାଏବ ହୋଇ ଯାଇଥିଲା । ଏହା ପରେ ଅନ୍ୟ ଜେଲରେ ଥିବା ଫିଟୋଙ୍କ ସମର୍ଥନମାନେ ହିଂସା ସୃଷ୍ଟି କରିବାରେ ଲାଗିଲେ । ସେମାନେ ପୋଲିସଙ୍କୁ ଟାର୍ଗେଟ କରିଛନ୍ତି ।

ରାଷ୍ଟ୍ରପତି ଡ୍ୟାନିଏଲ ନୋବାଓ ୨ ମାସ ପାଇଁ ଏର୍ମଜେନ୍ସି ଘୋଷଣା କରିଛନ୍ତି । ଯେ ପର୍ଯ୍ୟନ୍ତ ଇକ୍ୱେଡରରେ ଶାନ୍ତି ପ୍ରତିଷ୍ଠା ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ । ଦକ୍ଷିଣ ଆମେରିକାର ଏହି ଦେଶରେ ପୂର୍ବରୁ ଅନ୍ୟ ସରକାର ମଧ୍ୟ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଅପରାଧୀମାନେ ଏବେ ଦେଶରେ ଅରାଜକତା ସୃଷ୍ଟି ପାଇଁ ଷଡଯନ୍ତ୍ର ରଚିଛନ୍ତି ।

Leave A Reply

Your email address will not be published.