Latest Odisha News

BREAKING NEWS

କେପଟାଉନ ପିଚକୁ ମିଳିଲା ଅସନ୍ତୋଷଜନକ ରିପୋର୍ଟ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ଏହି ଟେଷ୍ଟ ମ୍ୟାଚ ୨ ଦିନରେ ଶେଷ ହୋଇ ଯାଇଥିଲା । ୧୦୭ ଓଭରରେ ୩୩ ୱିକେଟର ପତନ ଘଟିଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏବେ ଏହି ପିଚକୁ ଅସନ୍ତୋଷଜନକ ବୋଲି ରେଟିଂ ଦେଇଛି । ମ୍ୟାଚ ରେଫରୀ କ୍ରିସ ବ୍ରଡ ପିଚ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଦ୍ୱିତୀୟ ଟେଷ୍ଟ ଜିତିବା ସତ୍ୱେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏହାକୁ ସମାଲୋଚନା କରିଥିଲେ । ଯଦି ଭାରତରେ ଏ ଭଳି ୨ ଦିନରେ ମ୍ୟାଚ ଶେଷ ହୋଇଯାଇଥାନ୍ତା ତେବେ ଅନେକ ଆଲୋଚନା ହୋଇଥାନ୍ତା । ଏହି ପିଚରେ ବ୍ୟାଟିଂ କରିବା କଷ୍ଟକର ଥିଲା ।

ସୂଚନାଯୋଗ୍ୟ, ଆଇସିସି ନିୟମ ଅନୁସାରେ ପିଚର ରେଟିଂକୁ ୫ ଭାଗରେ ଭାଗ କରାଯାଇଛି । ସେଗୁଡିକ ହେଲା ଭେରୀ ଗୁଡ, ଗୁଡ, ଆଭରେଜ, ବିଲୋଆଭରେଜ ଓ ପୁଓର । ଯଦି ମ୍ୟାଚ ରେଫରୀ ପିଚକୁ ଖରାପ ବୋଲି ମାନେ ତେବେ ଡିମେରିଟ ଅଙ୍କ ପ୍ରଦାନ କରାଯାଇଥାଏ । ୫ ବର୍ଷ ମଧ୍ୟରେ ୫ରୁ ଅଧିକ ପଂଏଟ ମିଳିଲେ ବର୍ଷକ ପାଇଁ ଏହି ପିଚରେ ମ୍ୟାଚ ନିଲମ୍ବିତ କରାଯାଇଥାଏ ।

Leave A Reply

Your email address will not be published.