Latest Odisha News

BREAKING NEWS

ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କଲା ED

ଭୁବନେଶ୍ୱର: କାମ ଦେଲାନି ମୁହଁ ଫୁଟାଣି । ଫୁସକି ଗଲା ଅର୍ଚ୍ଚନା ବାଣ । ଇଡି ରିମାଣ୍ଡର ପ୍ରଥମ ଦିନରେ ଅର୍ଚ୍ଚନା ଯେଉଁ କଳା ସାମ୍ରାଜ୍ୟକୁ ନେଇ ଫୁଟାଣି ମାରିଥିଲେ, ଆଜି ସେହି ମୁହଁରେ ଇଡି ତାଲା ପକାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଡିସେମ୍ବର ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ, ଇଡି ୭ ଦିନିଆ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ବେଳେ ଅର୍ଚ୍ଚନା ଗଣମାଧ୍ୟମ ଆଗରେ ବେଶ୍ ଛାଟିପିଟି ହୋଇଥିଲେ । କହିଥିଲେ, ଇଡିକୁ ସବୁ କହିବି । ସମସ୍ତଙ୍କ ମୁଖା ଖୋଲି ଦେବି । ମାତ୍ର ୩୦ ମିନିଟ୍ ଦିଅନ୍ତୁ ।

ହେଲେ ୭ ଦିନର ରିମାଣ୍ଡ, ୧୬୮ ଘଣ୍ଟାର ଜେରାରେ ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ କରି ନଥିବା କୁହାଯାଉଛି । ଅର୍ଚ୍ଚନାଙ୍କୁ କୋର୍ଟରେ ହାଜରେ ପରେ ଇଡି ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଛି ।

ସେ ଦିନ ରିମାଣ୍ଡ ବେଳେ ମୁହଁ ଫୁଟାଣି ମାରିଥିବା ଅର୍ଚ୍ଚନା, ଆଜି କୋର୍ଟରେ ହାଜର ବେଳେ ଚୁପଚାପ୍ ଥିଲେ । ଗଣମାଧ୍ୟମର କୌଣସି ପ୍ରଶ୍ନରେ ମୁହଁ ଖୋଲି ନଥିଲେ ଅର୍ଚ୍ଚନା । ତେବେ, ପୂର୍ବରୁ ସବୁ କହିବେ ବୋଲି କହୁଥିବା ଅର୍ଚ୍ଚନା ଚାପରେ ଅଛନ୍ତି କି ? ଯଦି, ହଁ ଇଡି ହେପାଜତରେ ରିମାଣ୍ଡରେ ଥିବା ବେଳେ କିଏ ପକାଇଲା ଚାପ ? ନା ମାମଲା ଚାପିବାକୁ ଅର୍ଚ୍ଚନାଙ୍କ ଉପରେ ଚାପ ପଡ଼ୁଛି ।

Leave A Reply

Your email address will not be published.