Latest Odisha News

BREAKING NEWS

ଚଳନ୍ତା ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଥାନାକୁ ନେଲେ ; ଭିଡିଓ ଭାଇରାଲ

ଚଣ୍ଡିଗଡ଼ : ଗହମ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା  । ଯୁବକଙ୍କୁ ଚଳନ୍ତା ଟ୍ରକ୍‌ରେ ବାନ୍ଧିକି ନେଲେ ଥାନା । ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ । ଏଭଳି ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଯୁବକ ଜଣକୁ ଟ୍ରକ ଆଗରେ ବନ୍ଧା ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା  । ଏଭଳି ଅବସ୍ଥାରେ ଟ୍ରକ ମଧ୍ୟ ଚାଲୁଥିଲା  ।

ଡିଏସ୍‌ପି ଜଗଦୀଶ କୁମାରଙ୍କ କହିବାନୁଯାୟୀ, ଯୁବକ ଜଣକ ଟ୍ରକ୍‌ରୁ ଗହମ ବୋଝେଇ ବଣ୍ଡଲକୁ ଫିଙ୍ଗିଦେଇଥିଲେ । ପରେ ଗହମ ବୋଝେଇ ବଣ୍ଡଲକୁ ଧରି ଯୁବକ ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଟ୍ରକ ମାଲିକ ଉକ୍ତ ଯୁବକକୁ କାବୁ କରିଥିଲେ । ପରେ ତାକୁ ସେହି ଟ୍ରକ ଆଗରେ ବାନ୍ଧି ଦେଇଥିଲେ ।

ଯୁବକଙ୍କୁ ଏପରି ଚଳନ୍ତା ଟ୍ରକ୍‌ରେ ବାନ୍ଧିବା ଏକ ଅପରାଧିକ କାର୍ଯ୍ୟ  । ତେବେ ଏହି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ କରାଯିବ ବୋଲି ଡିଏସ୍‌ପି ଜଗଦୀଶ କହିଛନ୍ତି

Leave A Reply

Your email address will not be published.