Latest Odisha News

BREAKING NEWS

ନୱାବଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ଅଣ୍ଡରୱାଲ୍ଡ ଏବଂ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମାଲିକଙ୍କୁ ଗିରଫ କରିଛନ୍ତି । ବେଆଇନ ଜମି କିଣାବିକା ନେଇ ନୱାବଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଇଡିର ଏକ ଟିମ ସକାଳୁ ତାଙ୍କ ଘରକୁ ଯାଇଥିଲା ।

ଏକ ଘଂଟା ପାଖାପାଖି ଜେରା କରିବା ପରେ ତାଙ୍କୁ ଇଡି ଅଫିସକୁ ଅଣାଯାଇ ପଚରାଉଚରା କରାଯାଇଥିଲା । ଶେଷରେ ଇଡି ୬୨ ବର୍ଷୀୟ ନୱାବଙ୍କୁ ଗିରଫ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Comments are closed, but trackbacks and pingbacks are open.