Latest Odisha News

BREAKING NEWS

ଅନୁଷ୍କାଙ୍କ ଶୁଟିଂ ସେଟରେ ପଂଜାବୀ ଲୁକରେ କୋହଲି !

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋହଲି ଏହି ସମୟ ତାଙ୍କ ପରିବାର ସହ କାଟିବାରେ ବ୍ୟସ୍ତ । ତେବେ ଅନୁଷ୍କାଙ୍କ ଶୁଟିଂ ସେଟରେ କୋହଲିଙ୍କୁ ପଂଜାବୀ ଲୁକରେ ଦେଖି ପ୍ରଶଂସକମାନେ ଚକିତ ହୋଇ ପଡିଛନ୍ତି । ନୀଳ ପଗଡିରେ କୋହଲି କଣ କରୁଛନ୍ତି ତାହା ବର୍ତମାନ ସମସ୍ତଙ୍କ ପାଇଁ ଉତ୍କଣ୍ଠାର କାରଣ ସାଜିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

କୋହଲି ବିଜ୍ଞାପନ କିମ୍ବା ଫିଲ୍ମ ପାଇଁ ଶୁଟିଂ କରୁଛନ୍ତି ତାହା ଜଣାପଡି ପାରିନାହିଁ । ତେବେ ତାଙ୍କର ଲୁକକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ପଡିଆରେ କୋହଲିଙ୍କଠାରୁ ଏକ ଶତକ ଆଶାରେ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି । ୨୦୧୯ ନଭେମ୍ବର ପରଠାରୁ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିପାରି ନାହାନ୍ତି । ଅପରପକ୍ଷରେ ଅନୁଷ୍କା ତାଙ୍କର ଆଗାମୀ ଫିଲ୍ମ ଚକଦା ଏକ୍ସପ୍ରେସ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଭୂମିକା କରୁଛନ୍ତି ।

Comments are closed, but trackbacks and pingbacks are open.