Latest Odisha News

BREAKING NEWS

ଅର୍ଚ୍ଚନା ନାଗ ଘରେ ଲାଗିଥିବା ହାର୍ଡଡିସ୍କ କେଉଁଠି? ଡିସିପିଙ୍କୁ ଜବାବ ମାଗିଲା ଇଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି ପୁଣି ସକ୍ରିୟ ହୋଇଛି। କିଛି ଦିନର ନିରବତା ପରେ ଇଡି ସକ୍ରିୟ ହୋଇଛି। ଆଉ ଏଥର ତଦନ୍ତ କମିଶନରେଟ ପୋଲିସରୁ ଆରମ୍ଭ କରିଛି। ଅର୍ଚ୍ଚନା ନାଗଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ କେଉଁଠି ଅଛି ବୋଲି ଜାଣିବାକୁ ଚାହିଁଛି ଇଡି। ଏ ନେଇ ଡିସିପିଙ୍କୁ ଚିଠି ଲେଖି ଜବାବ ମାଗିଛି।

ଅର୍ଚ୍ଚନା ନାଗ ବଡ ବଡିଆ, ରାଜନେତାଙ୍କୁ ଡାକୁଥିଲେ ନିଜ ଘରକୁ। ସେଠାରେ ସେମାନଙ୍କ ସହ ଅନ୍ତରଙ୍ଗ ମୂହୂର୍ତ୍ତର ସମୟ କଟାଇ ସିସିଟିଭିରେ ଭିଡ଼ିଓ ରେକର୍ଡିଂ କରୁଥିଲେ। ପରେ ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରୁଥିଲେ। ଏହି କାରବାର ଦୀର୍ଘ ଦିନ ହେବ ଚଳାଇଥିଲେ ଅର୍ଚ୍ଚନା କିନ୍ତୁ ଯେତେବେଳେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ବ୍ଲାକମେଲିଂ କରିବାକୁ ଯାଇ ୩ କୋଟି ଟଙ୍କା ମାଗିଲେ ଆଉ ପ୍ରଯୋଜକଙ୍କ ଏକ ଭିଡିଓ ଭାଇରାଲ ହେଲା ସେହି ସମୟରେ ଅର୍ଚ୍ଚନା ନାଗର ଗୁମର ସାମ୍ନାକୁ ଆସିଥିଲା। ଆଉ ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ନାମରେ ଅକ୍ଷୟ ପରିଜା ଏତଲା ଦେବା ପରେ ପୋଲିସ ରାତି ଅଧିଆ ଅର୍ଚ୍ଚନା ନାଗକୁ ଉଠାଇ ଆଣିଥିଲା।

ଏହି ସମୟରେ କମିଶନରେଟ ପୋଲିସ ଅର୍ଚ୍ଚନା ନାଗଙ୍କ ଘରୁ ମୋବାଇଲ, ଟାବଲେଟ୍ ପେନ୍ ଡ୍ରାଇଭ, ଇଲେକ୍ଟ୍ରୋନିକ୍ସ ଗେଜେଟ ଠାରୁ ଆରମ୍ଭ କରି ଅନେକ ଉପକରଣ ଜବତ କରିଥିଲା। ଏହି ସବୁ ସାମଗ୍ରୀକୁ ଫରେନସିକ ଲ୍ୟାବକୁ ପଠାଇଛନ୍ତି ବୋଲି ଡିସିପି ସେତେବେଳେ ସୂଚନା ଦେଇଥିଲେ। ହେଲେ ଏହି ତାଲିକାରେ ହାର୍ଡଡିସ୍କ ନଥିବା ସେତେବେଳେ ଜଣାପଡିଲା ଯେତେବେଳେ ଅର୍ଚ୍ଚନା ନାଗ ଇଡି ଜେରାର ସାମ୍ନା କରିଥିଲେ। ଆଉ ପୂରା ଘଟଣାକ୍ରମ ବାବଦରେ କହିଥିଲେ।

ଏବେ କିଛି ଦିନର ନିରବତା ପରେ ଅର୍ଚ୍ଚନା ନାଗ ଘରେ ଥିବା ହାର୍ଡଡିସ୍କ କେଉଁଠି ଅଛି ବୋଲି ଇଡି କମିଶନରେଟ ପୋଲିସର ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ଟିଠି ଲେଖି ଜବାବ ମାଗିଛି। ଯଦି ପୋଲିସ ସହଯୋଗ ନକରିବ ତାହେଲେ କୋର୍ଟ ଯିବ ବୋଲି ଇଡି କହିଛି। ସେହିପରି ଡିସିପି ଏ ବାବଦରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

ଏହି ମାମଲାରେ ଅନେକ ଅଭିଯୁକ୍ତ ଜେରାର ସାମ୍ନା କରିଛନ୍ତି। କିନ୍ତୁ ଅନ୍ୟତମ ଅଭିଯୁକ୍ତ ତଥା ଅର୍ଚ୍ଚନା ନାଗର କ୍ରାଇମ ପାର୍ଟନର ଶ୍ରଦ୍ଧାଞ୍ଜଳି ବେହେରା ଇଡିର ଗିରଫ ଭୟରେ ଫେରାର ହୋଇଯାଇଥିବା ସୂଚନା ରହିଛି। ହାର୍ଡଡିସ୍କ ଭିତରେ ଏହି ଅର୍ଚ୍ଚନା ନାଗ ମାମଲାର ଅନେକ ଗୁମର ରହିଛି ବୋଲି କୁହାଯାଉଛି।

Leave A Reply

Your email address will not be published.