ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲି ଗ୍ରୁପର ୨୫୦ କୋଟି ସମ୍ପତ୍ତି ଆଟାଚ୍ କରିଛି । ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍ କରିଥିବା ବେଳେ ଏହାର ବଜାର ମୂଲ୍ୟ ୨୫୦ କୋଟି ହେବ ।
ଶନିବାର ଆଟାଚ୍ ହୋଇଥିବା ସମ୍ପତ୍ତି ସହ ରୋଜ୍ ଭ୍ୟାଲିର ୧୧୭୧.୭୧ କୋଟି ମୂଲ୍ୟର ସମ୍ପତ୍ତି ଏଯାବତ୍ ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପୂର୍ବରୁ କଟକ ଓପିଆଇଡି କୋର୍ଟ ରୋଜ୍ ଭ୍ୟାଲିର ୬.୫୨ କୋଟି ସମ୍ପତ୍ତି ଆଟାଚ୍ କରିବାକୁ ଅନୁମତି ଦେଇଥିଲେ ।
ଠକେଇ ନେଇ ବାଲେଶ୍ୱର ଜିଲ୍ଲା ସୋର ପୋଲିସରେ ପ୍ରଥମେ ମାମଲା ରୁଜୁ ହୋଇଥିଲା । ପରେ ଇଓଡବ୍ଲୁ ଏହି ମାମଲାର ତଦନ୍ତ କରିବା ସହ ଚାର୍ଜସିଟ୍ ଦାଖଲ କରିଥିଲା । ଓଡ଼ିଶାର ପ୍ରାୟ ୨ ଲକ୍ଷ ୩୮ ହଜାର ୪୭୭ କ୍ଷୁଦ୍ର ଜମାକାରୀ ଜମା କରିଥିବା ବେଳେ ୬୦.୨୨ କୋଟି ଟଙ୍କା ଫେରସ୍ତ ଦିଆଯାଇଛି ।
Comments are closed.