Latest Odisha News

ଲ୍ୟାଣ୍ଡ ସ୍କାମ: ସଞ୍ଜୟଙ୍କ ବିରୋଧରେ ଇଡିର କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ୧୦୩୪ କୋଟି ଟଙ୍କାର ପତ୍ରା ଚାଲ ଲ୍ୟାଣ୍ଡ ସ୍କାମରେ ଫସିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ମଙ୍ଗଳବାର ଏହି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଞ୍ଜୟଙ୍କ ଆଲିବାଗରେ ଥିବା ୮ଟି ଓ ମୁମ୍ବାଇର ଫ୍ଲାଟକୁ କୁର୍କ କରିଛି । ଇଡିର ଏହି କାର୍ଯ୍ୟାନୁଷ୍ଠାନ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି । ସଞ୍ଜୟ ମଧ୍ୟ ଏ ନେଇ ଟୁଇଟ କରିଛନ୍ତି ଯେ, ମୁଁ ବାଲା ସାହେବ ଠାକରେଙ୍କୁ ମାନେ, ଜଣେ ଶିବ ସୈନିକ ଭାବେ ଲଢ଼ିବି ।

ଏତେ ଶୀଘ୍ର ହାର ମାନିବି ନାହିଁ ବୋଲି ସେ ଲେଖିଛନ୍ତି । ସଞ୍ଜୟଙ୍କ ନିକଟତମ ପ୍ରବୀଣ ରାଉତ ଏହି ସ୍କାମର ମୂଖ୍ୟ ଅଭିଯୁକ୍ତ । ତାଙ୍କୁ ଇଡି ଗିରଫ କରିବା ସହ ଚାର୍ଜଶିଟ ଦାଖଲ କରିଛି ।

Leave A Reply

Your email address will not be published.