Latest Odisha News

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌

ସମ୍ବଲପୁର: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍‌ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍‌ । ସମ୍ବଲପୁରର ଦାନିପାଲିରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ବ ଏନ୍‌ଜିଓର ଫାଉଣ୍ଡର ହେଉଛନ୍ତି ପ୍ରମିଳା ମଲ୍ଲିକଙ୍କ ଭାଇ ।

ସୂଚନା ଅନୁସାରେ, ଗତକାଲି ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ କରିଥିଲା ଇଡି । ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍ ଜାରି ରଖିଛି ଇଡି । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଚାଲିଥିଲା ରେଡ଼ । ଏକାଧିକ ବ୍ୟାଙ୍କରୁ କ୍ଷୀରୋଦ ଟଙ୍କା ନେଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲାI ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.