Latest Odisha News

BREAKING NEWS

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ।

ସୂଚନା ଅନୁସାରେ ପୂର୍ବରୁ ୫୦ ଲକ୍ଷର ଡିଲ୍ ହୋଇଥିଲା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୫୦ ଲକ୍ଷର ଡିଲ୍ ହୋଇଥିଲା। ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଜଣାଇଥିଲେ। ଏନେଇ ପ୍ରସ୍ତୁତ ହୋଇଥିଲା ଯୋଜନା। ଗୁରୁବାର ସନ୍ଧ୍ୟାରେ ଯୋଜନା ମୁତାବକ ଲାଞ୍ଚ ଦେଲାବେଳେ ଘଟଣାସ୍ଥଳରୁ ୨୦ ଲକ୍ଷ ଟଙ୍କା ଜବତ କରିଥିଲେ ସିବିଆଇର ବରିଷ୍ଠ ଅଧିକାରୀମାନେ।

ଏହାପରେ ଚିନ୍ତନ ରଘୁବଂଶୀଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା। ଜେରା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆଣାଯାଇଥିଲା। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ।

Comments are closed.