Latest Odisha News

ଅର୍ଚ୍ଚନାଙ୍କ କଳାଧନ ଗୁମର: ଜେରା ପାଇଁ ବାପାଙ୍କୁ ଟାଣିଲା ଇଡି

ଭୁବନେଶ୍ୱର: କେଉଁଠୁ ଆସିଲା ଏତେ ସମ୍ପତି ? ୫ ବର୍ଷରେ କେମିତି କୋଟିପତି ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ? ଏହାକୁ ନେଇ ତନାଘନା ଆରମ୍ଭ କରିଚି ଇଡି । ଜଣକ ପରେ ଜଣଙ୍କୁ ଡାକି ଜେରା କରୁଛି । କଳା ଧନର ଚେର କେତେବାଟ ଲମ୍ବିଛି ଜାଣିବା ପାଇଁ ଲାଗି ପଡ଼ିଛି ଇଡି । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ୨ ଦିନ ଧରି ଜେରା କରିବା ପରେ ଆଜି ଅର୍ଚ୍ଚନାଙ୍କ ବାପାଙ୍କୁ ଡାକିଛି ଇଡି  ।

ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ବାପା । ୫ ବର୍ଷରେ ଅର୍ଚ୍ଚନା ଏତେ ଟଙ୍କାର ମାଲିକ ହେଲେ କିପରି ଏ ନେଇ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରିପାରେ ଇଡି ।

ଏଠି କହି ରଖିବୁ, ଏହା ପୂର୍ବରୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ୮ଟି ସ୍ଥାନରେ ରେଡ୍ କରିଥିଲା  । ଏଥି ସହିତ ଅର୍ଚ୍ଚନାଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ଏବଂ ବାଲେଶ୍ୱର ଜଳେଶ୍ୱର ସ୍ଥିତ ଶାଶୂଘରେ ମଧ୍ୟ ଚଢ଼ାଉ କରିଥିଲା । ଦୁଇଦିନ ତଳେ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଜେରା କରିଥିଲା ଇଡି । ଦୁଇଦିନ ଧରି ଜେରା ପରେ ଅନେକ ଗୁରୁତ୍ୱପୂଣ୍ଣର୍ ତଥ୍ୟ ଇଡ଼ି ହାତରେ ଲାଗିଥିବା ସୂଚନା ମିଳିଛି । ହନିଟ୍ରାପରେ ଫସାଇ କିପରି ଅର୍ଥ ରୋଜଗାର କରୁଥିଲା ସେ ନେଇ ବି ଖଗେଶ୍ୱରଙ୍କୁ ଜେରା କରିଥିଲା ଇଡି । ଖଗେଶ୍ୱରଙ୍କୁ ୧୦ ଦିନିଆ ରିମାଣ୍ଡରେ  ନେଇଥିବାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଏସଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରିବ । ଏନେଇ ଏସଆଇଟିକୁ ସମସ୍ତ ତଥ୍ୟ ଦେଇଛି  ଇଡି   ।

ଏଠି କହିରଖିବୁ, ୪ରୁ ୫ ବର୍ଷ ମଧ୍ୟରେ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନ ହୋଇଛି । ଯାହାକୁ ନେଇ ତନାଘନା କରୁଛି ଇଡି ।   ପ୍ରତିଷ୍ଠିତ ଲୋକଙ୍କୁ ବ୍ଲାକମେଲ୍ କରି କଳାଧନର ସାମ୍ରାଜ୍ୟ କରିଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଅର୍ଚ୍ଚନାଙ୍କ ମୁ୍ଖ୍ୟ ସହଯୋଗୀ ଥିଲେ ଖଗେଶ୍ୱର । ସେ   ୨୦୧୦ରୁ ୨୦୧୯ ଯାଏ ଖଗେଶ୍ୱର ଏକ ପୁରୁଣା କାର ଶୋ ରୁମ୍ ଚଳାଉଥିଲେ । ଆଉ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସମ୍ପର୍କରେ ଆସିବା ପରେ  ଖଗେଶ୍ୱରଙ୍କ ବ୍ୟବସାୟ ବଢିଥିଲା ।

ତଦନ୍ତ ବେଳେ ଇଡି, ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ମଧ୍ୟରେ ହୋଇଥିବା ବ୍ୟାଙ୍କ ଦେଣନେଣର ସମସ୍ତ ପ୍ରମାଣ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ପୂର୍ବରୁ ଇଡି ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱରଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।

Leave A Reply

Your email address will not be published.