Latest Odisha News

BREAKING NEWS

ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଡେଇ ତୁଡେଇ ଜେରା କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ରାଜପୁଜ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢ଼ୁଛି ସସ୍‌ପେନ୍ସ । ଏହି ମାମଲାରେ ଆଜି ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ପୁଣି ଥରେ ମାରାଥନ ଜେରା କରିଛି । ଦ୍ୱିତୀୟଥର ରିୟାଙ୍କୁ ଇଡି ପଚରାଉଚରା କରୁଛି । କେବଳ ରିୟା ତାଙ୍କ ବାପା ଓ ଭାଇଙ୍କୁ ମଧ୍ୟ ଇଡି ଗୁଡେଇ ତୁଡେଇ ପ୍ରଶ୍ନ ପଚାରୁଛି ।

ସୁଶାନ୍ତଙ୍କ ସମ୍ପତ୍ତି ଓ ଟଙ୍କା ହେରଫେର ମାମଲାରେ ରିୟାଙ୍କୁ ଇଡି ଟାର୍ଗେଟ କରିଛି । ଇଡି ରିୟାଙ୍କୁ ନିଜ ଖର୍ଚ୍ଚର ପ୍ରମାଣ ଦେବା ପାଇଁ ଡକ୍ୟୁମେଣ୍ଟ ମଧ୍ୟ ମଗାଇଛି। ରିୟାଙ୍କ ସମସ୍ତ ବ୍ୟାଙ୍କ ଟ୍ରାଜେକସନ୍‌କୁ ଯାଂଚ କରିବା ପରେ ଇଡିକୁ ତାଙ୍କର ଇନ୍‌କମ୍‌ଟ୍ୟାକ୍ସ ଡିଟେଲ ମିଳିଛି । ସେ ଇନ୍‌କମ୍‌ଠାରୁ ଅଧିକ ଇନ୍‌ଭେଷ୍ଟ କରିଥିବା କାଥା ସାମ୍ନାକୁ ଆସିଛି ।

ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟାଙ୍କୁ ଟ୍ରାନ୍ସଫର ହୋଇଥିବା ଟଙ୍କା ଖର୍ଚ୍ଚର ପ୍ରମାଣ ମଧ୍ୟ ଇଡି ମାଗିବ। ସେହିପରି ସୁଶାନ୍ତଙ୍କ ଏକ୍ସ ବିଜେନେସ୍ ମ୍ୟାନେଜର ଶୃତି ମୋଦି ମଧ୍ୟ ଇଡି ଅଫିସରେ ଅଛନ୍ତି। ତାଙ୍କୁ ମଧ୍ୟ ପଚରାଉଚୁରା ଚାଲିଛି।

ସୂଚନା ଅନୁଯାୟୀ, ପ୍ରଥମ ହାଜିରାରେ ରିୟା ଇଡିର ପ୍ରଶ୍ନର ଠିକଭାବେ ଉତ୍ତର ଦେଇ ପାରିନଥିଲେ। ଇଡି ରିୟାଙ୍କୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ଖର୍ଚ୍ଚ, ସୋର୍ସ ଅଫ ଇନକମକୁ ନେଇ ଯାହା ସବୁ ପ୍ରଶ୍ନ ପଚାରିଥିଲା ରିୟା ତାର ସଠିକ୍ ଉତ୍ତର ଦେଇ ପାରିନଥିଲେ। ନିଜ ଖର୍ଚ୍ଚକୁ ନେଇ ରିୟା କୌଣସି ଦସ୍ତାବିଜ କିମ୍ବା ପ୍ରମାଣ ଇଡି ସାମନାରେ ରଖି ପାରିନଥିଲେ।

Leave A Reply

Your email address will not be published.