Latest Odisha News

BREAKING NEWS

ରାହୁଲ ଓ ପ୍ରୟଙ୍କାଙ୍କୁ ଭେଟିଲେ ସଚିନ, ହେବ ଘର ବାହୁଡା !

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ସୃଷ୍ଟି ହୋଇଥିଲା ରାଜନୈତିକ ହଟଚମଟ । ତେବେ ଏଥିରେ ଖୁବ୍‌ଶୀଘ୍ର ପୂର୍ଣ୍ଣଛେଦ ପଡିପାରେ । ଏନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ସଚିନ ପାଇଲଟ୍ ସୋମବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଉୟଭଙ୍କ ସହ ସଚିନଙ୍କ ସାକ୍ଷାତ ସକରାତ୍ମକ ରହିଥିବା ସୂତ୍ରରୁ ଜଣାପଡିଛି । ସଚିନ ପାଇଲଟଙ୍କୁ କଂଗ୍ରେସ ମନାଇବାରେ ସଫଳ ହୋଇଥିବା କୁହାଯାଉଛି। ଫଳରେ ସଚିନ ପୁୁଣି କଂଗ୍ରେସ କ୍ୟାମ୍ପକୁ ଫେରିବେ ବୋଲି ଆଶା କରାଯାଇଛି ।

ଅଗଷ୍ଟ ୧୪ରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି।  ବର୍ତ୍ତମାନ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ଆଶା କରାଯାଉଛି ସଚିନ ପାଇଲଟ ନିଜର ଅସନ୍ତୋଷ ଭୁଲି ପାର୍ଟିକୁ ପୁନର୍ବାର ଫେରି ପାରନ୍ତି।

Leave A Reply

Your email address will not be published.