Latest Odisha News

BREAKING NEWS

ଆପ ମାଧ୍ୟମରେ ଚାଲିଛି ଲୁଟ୍: ୧୭ କୋଟି ନଗଦ ଜବତ କଲା ଇଡି

କୋଲକତା: ଆପ୍ ମାଧ୍ୟମରେ ବିଭିନ୍ନ ଲୋଭ ଦେଖାଇ ଲୋକଙ୍କଠାରୁ ଲୁଟ କରାଯାଉଛି  । ଏଭଳି ଅଭିଯୋଗ ପରେ କୋଲକାତାର ED ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ କୋଲକତାର ଆମିର ଖାନ ନାମକ ବେପାରୀଙ୍କ ଘରୁ ନଗର ୧୭ କୋଟି ଟଙ୍କା ମିଳିଛି ।

କୋଲକାତାର ‘ଇ-ନଗେଟସ୍’ ନାମକ ମୋବାଇଲ୍ ଗେମିଂ ଆପ୍ କମ୍ପାନୀର ପ୍ରମୋଟରଙ୍କ 6 ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ାଉ ପରେ ବିଡା ବିଡା ଟଙ୍କା ଜବତ କରିଛି ।  କମ୍ପାନୀ ଲୋକଙ୍କୁ ପୁରସ୍କାର ଦେବା ଲୋଭ ଦେଖାଇ ପ୍ରତାରିତ କରିଥିବାର ଅଭିଯୋଗ ହୋଇଛି। ଇଡି କହିଛି ଯେ ଗେମିଂ ଆପ୍ ପ୍ରଥମେ ଉପଭୋକ୍ତାମାନଙ୍କୁ କମିଶନର ଲୋଭ ଦେଖାଇ ପରେ ଠକିବାରେ ଲାଗିଥିଲା ।

ପ୍ରଥମେ ଅଧିକ ସୁଧ ଦେଇ ଲୋକଙ୍କ ବିଶ୍ବାସଭାଜନ ହେବାପରେ  ଉପଭୋକ୍ତାମାନେ ବିପୁଳ ପରିମାଣର ବିନିଯୋଗ ଆରମ୍ଭ କରିଥିଲେ । ତାପରେ ଯେତେବେଳେ କମ୍ପାନୀ ଲୋକଙ୍କଠାରୁ ବିପୁଳ ପରିମାଣର ଅର୍ଥ ପାଇଲା, ସେତେବେଳେ ହଠାତ୍ ଏହି ଆପରୁ ଟଙ୍କା ଉଠାଇବା ବନ୍ଦ ହୋଇଗଲା  । ଅଭିଯୋଗ ପରେ ଇଡି ଚଢ଼ାଉ ଜାରି ରଖିଛି ।

Leave A Reply

Your email address will not be published.