Latest Odisha News

BREAKING NEWS

ଟ୍ୟାକ୍ସ ଠକୁଛି ଭିଭୋ! ୪୪ ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟକର ଠକୁଛି କି ଭିଭୋ । ଚାଇନା ମୋବାଇଲ ଦେଶରେ କୋଟି କୋଟି ଗ୍ରାହକଙ୍କ ନିକଟରେ ପହଁଚିଥିବା ବେଳେ ଟ୍ୟାକ୍ସ ଲୁଟୁଥିବା ଅଭିଯୋଗ ଆସିବାରୁ ଏବେ ଇଡି ଭିଭୋ ପଛରେ ଲାଗିଛି । ୨୦୨୧ ଡିସେମ୍ବର ମାସରେ ଆୟକର ବିଭାଗ ପକ୍ଷରୁ ଭିଭୋ ଓ ଅନ୍ୟ କିଛି ଚୀନ କମ୍ପାନୀ ଉପରେ ଚଢାଉ କରିଥିଲା । ଆୟକର ବିଭାଗ ଅଭିଯୋଗ ଆଣିଥିଲା କି କମ୍ପାନୀ ପକ୍ଷରୁ ୫୦୦ କୋଟିରୁ ଅଧିକ ଟଙ୍କାର ଆୟ ଉପରେ ମିଥ୍ୟା ଘୋଷଣା କରିଥିଲା । ରୟାଲିଟ ନାମରେ ଅର୍ଥ ହେରଫେର ହୋଇଛି ବୋଲି ଆୟକର ବିଭାଗ ଅଭିଯୋଗ ମଧ୍ୟ ଆଣିଛି । ଟ୍ୟାକ୍ସ ଫାଙ୍କୁଥିବା ପ୍ରମାଣ ଥିବା ମଧ୍ୟ କହିଛି ଇଡି ।

ଚାଇନାର ମୋବାଇଲ ନିର୍ମାତା କମ୍ପାନୀ ଭିଭୋ ଉପରେ ବିଭିନ୍ନ ସହରରେ ଚଢ଼ାଉ କରୁଛି ଇଡି । ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ସମେତ ଦକ୍ଷୀଣ ଭାରତରେ ଥିବା କମ୍ପାନୀର ମୋଟ ୪୪ ଟି କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରିଛି । ଏନେଇ ଇଡି ପକ୍ଷରୁ ଭିଭୋ ଓ ତାର ସହଯୋଗୀ କମ୍ପାନୀ ମାନଙ୍କ ଉପରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି   ।

Leave A Reply

Your email address will not be published.