Latest Odisha News

BREAKING NEWS

ବୁମରାଙ୍କ ସେନା ଦେଶରେ ୧୦୦ ଟେଷ୍ଟ ୱିକେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍‌ ଇଣ୍ଡିଆ ଇଂଲଣ୍ଡଠାରୁ ଟେଷ୍ଟରେ ପରାସ୍ତ ହୋଇଛି । ତେବେ ଅଧିନାୟକ ବୁମରା ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତର ପେସ୍‌ ବୋଲର ଯଶପ୍ରୀତ ବୁମରା ସେନା ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ) ରେ ୧୦୦ ଟେଷ୍ଟ ୱିକେଟ୍‌ ପୂରଣ କରିଛନ୍ତି । ଏସବୁ ଦେଶରେ ଉଇକେଟ ନେବା ଭାରତୀୟ ବୋଲରଙ୍କ ପାଇଁ ସହଜ ହୋଇନଥାଏ । ତେବେ ବୁମରାଙ୍କ ପରିଶ୍ରମ ତାଙ୍କ ପାଇଁ ସଫଳତା ଆଣିଛି ।

 ପଞ୍ଚମ ଟେଷ୍ଟରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ବୁମରା ଅଷ୍ଟ୍ରେଲିଆରେ ୩୨ଟି, ଦକ୍ଷିଣ ଆଫ୍ରିକାରେ ୨୬ଟି, ନ୍ୟୁଜିଲାଣ୍ଡରେ ୬ଟି ୱିକେଟ୍‌ ନେଇଥିବାବେଳେ ଇଂଲଣ୍ଡରେ ୩୬ଟି ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି । ସେହିପରି ଇଂଲଣ୍ଡ ବିପକ୍ଷ କୌଣସି ଟେଷ୍ଟ ସିରିଜରେ ଭାରତୀୟ ପେସ୍‌ ବୋଲର ଭାବେ ବୁମରା ସର୍ବାଧିକ ୱିକେଟ୍‌ ରେକର୍ଡ଼ ସ୍ଥାପନ କରିଛନ୍ତି । ଚଳିତ ସିରିଜରେ ବୁମରା ୨୩ଟି ୱିକେଟ୍‌ ନେଇସାରିଛନ୍ତି । ତାଙ୍କ ନିକଟରେ ଅଧିକ ୱିକେଟ୍‌ ନେବାର ସୁଯୋଗ ରହିଛି ।

Leave A Reply

Your email address will not be published.