ନୂଆଦିଲ୍ଲୀ : ଆଉ ଜଣେ ଦିଲ୍ଲୀ ମନ୍ତ୍ରୀଙ୍କ ଘରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ କରିଛି । ଆନନ୍ଦଙ୍କ ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢାଉ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିରେ ହାଜର ହେବା ପୂର୍ବରୁ ରେଡ୍ କରାଯାଇଛି । କୁହାଯାଉଛି ଯେ ମନି ଲଣ୍ଡରିଂ ମାମଲାର ତଦନ୍ତରେ ରାଜକୁମାର ଆନନ୍ଦଙ୍କ ସିଭିଲ ଲାଇନ୍ରେ ଥିବା ଘରେ ଇଡି ଖାଳତାଡ କରୁଛି ।
ତେବେ କେଉଁ ପରିସ୍ଥିତିରେ ଇଡି ମନି ଲଣ୍ଡରିଂ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ରାଜକୁମାର ଆନନ୍ଦ ବର୍ତ୍ତମାନ ଦିଲ୍ଲୀର ଶ୍ରମ ମନ୍ତ୍ରୀ ରହିଛନ୍ତି । ଚଳିତ ବର୍ଷ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ଶ୍ରମ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଥିଲା। ପରେ ସ୍ୱାସ୍ଥ୍ୟର ଦାୟିତ୍ୱ ସୌରଭ ଭରଦ୍ବାଜଙ୍କୁ ଦିଆଯାଇଥିଲା । ଏବଂ ଶିକ୍ଷାର ଦାୟିତ୍ୱ ଆତିଶିଙ୍କୁ ଦିଆଯାଇଥିଲା ।
Comments are closed.