Latest Odisha News

BREAKING NEWS

ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସ ଭବନରେ ଛାପା ମାରିଲା ଇଡି 

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସ ଭବନରେ ଛାପା ମାରିଲା ଇଡି  । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ପକ୍ଷରୁ ତାଙ୍କର ବାସଭବନରେ ଚଢ଼ାଉ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଇଡି ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ  ଚାଲିଥିବା ସୂଚନା ରହିଛି ।

BjdElectrycity

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଧାୟକ ଅମାନତୁଲ୍ଲାହ ଖାନ ଓଖଲା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରୁଛନ୍ତି । ସେ ଏବଂ ତାଙ୍କ ସହ ଅନ୍ୟ କିଛି ଲୋକଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ଯାଞ୍ଚ ଚାଲିଛି । ଅମାନତୁଲ୍ଲାଙ୍କ ବିଭିନ୍ନ ସ୍ଥାନରେ ଥିବା ଘର  ଏବଂ ଅଫିସ ଉପରେ ଇଡି ଚଢାଉ ଚାଲିଛି । ଏପରକି ଦିଲ୍ଲୀ ଜାମିଆ ନଗର ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେଶନ ଚାଲିଛି ।

ସୂଚନାଥାଉ କି, ଗତବର୍ଷ ଅମାନତୁଲ୍ଲାଙ୍କ ବିରୋଧରେ ହୋଇଥିବା ୱାକଫ ବୋର୍ଡ ଜମି ଦୁର୍ନୀତି ମାମଲାରେ ଇଡି ଚଡାଉ କରିଛି । ଅମାନତୁଲ୍ଲା ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଏହି ମାମଲାରେ ସିବିଆଇ ଏବଂ ଦିଲ୍ଲୀ ସରକାରଙ୍କ ଏସିବି ଉଭୟେ ତାଙ୍କୁ ଗିରଫ କରିଥିଲେ । ଅମାନତୁଲ୍ଲାଙ୍କୁ ଗତବର୍ଷ ଏସିବି ଗିରଫ କରିଥିଲା । ଯାଞ୍ଚ ସମୟରେ ତାଙ୍କ ପାଖରୁ ଏକ ଡାଏରୀ ଜବତ କରିଥିଲା  । ଏହି ଡାଇରୀରୁ ଅନେକ ଗୁରତ୍ୱପୂର୍ଣ୍ଣ କାଗଜ ପତ୍ର, ବାଆଇନ ଆର୍ଥିକ କାରବାରର ସନ୍ଧାନ ମଳିଥିଲା । ଏପରିକି ଏହି ବେଆଇନ କାରବାରର ଚେର ବିଦେଶ ଯାଏ ଲମ୍ବିଥିବା ଏହି ଡାଇରୀରୁ ସୂଚନା ମିଳିଥିଲା ।

Leave A Reply

Your email address will not be published.