Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଉଲୁଣ୍ଡା: ଦୁର୍ଘଟଣାରେ ଦୁଇ ମୃତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ମାନେ ହେଲେ ଢେଳେଇ ଗ୍ରାମର କାହ୍ନା ମିଶ୍ର ଏବଂ ଅଇଁଲାଛାଟର ସୁଶାନ୍ତ ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଗତକାଲି ରାତିରେ ଉଲୁଣ୍ଡାକୁ ତୁଳସୀ ଗଣନାଟ୍ୟ ଦେଖିବାକୁ ଆସିଥିଲେ । ଆଜି ସକାଳୁ ଯାତ୍ରା ଦେଖି ଉଭୟେ ଘରକୁ ଏକ ବାଇକ ଯୋଗେ ଫେରୁଥିବା ବେଳେ ମେଟାକାନୀ ବୁଲାଣି ରାସ୍ତାରର ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ । ପୋଲିସ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.