ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେଟ୍ ଏୟାରଓ୍ବେଜ ମାମଲାରେ ଦାଖଲ କରିଥିବା ଚାର୍ଜସିଟରେ କହିଛି ଯେ ଜେଟ୍ ଏୟାରଓ୍ବେଜ (ଇଣ୍ଡିଆ) ଲିମିଟେଡ୍ (ଜେଆଇଏଲ୍)ର କିଛି ବରିଷ୍ଠ କର୍ମଚାରୀଙ୍କ ଦରମା ଏକ ମଶା କଏଲ ତିଆରି କମ୍ପାନୀ ବା ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିଲା।
ଏହି ସଂସ୍ଥାକୁ ଏସ୍. ଏ. ସାଙ୍ଗାନି ଆଣ୍ଡ୍ ଆସୋସିଏଟ୍ସ ବୋଲି ଇଡି ଚିହ୍ନଟ କରିବା ସହ ଜେଆଇଏଲର ବରିଷ୍ଠ ମ୍ୟାନେଜମେଣ୍ଟକୁ ୪୦.୯ କୋଟି ଟଙ୍କା ଦରମା ଦେଇଥିବା କହିଛି। ୧୩ ଜୁନ୍ ୨୦୧୮ ଯାଏଁ ଏହାକୁ ସାମିଲ କରାଯାଇନଥିଲେ ମଧ୍ୟ ୨୦୧୮ ଏପ୍ରିଲରେ ଏହି ସଂସ୍ଥା ପେ-ରୋଲ ପ୍ରୋସେସିଂ ଆରମ୍ଭ କରିଥିଲା। ଏହି ସଂସ୍ଥା ନିଜର ଲାଭ-କ୍ଷତି ଖାତାରେ କୌଣସି ଖର୍ଚ୍ଚର ହିସାବ ରଖିନାହିଁ।
ଇଡି କହିଛି ଯେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ ଏକ ପରାମର୍ଶଦାତା ସଂସ୍ଥା ଏଚ ଡି ପାଠକ ଆଣ୍ଡ୍ ଆସୋସିଏଟସକୁ ଜେନେରାଲ୍ ମ୍ୟାନେଜର ଏବଂ କର୍ମଚାରୀଙ୍କ ଦରମା ପ୍ରକ୍ରିୟା କରିବା ପାଇଁ ନିଯୁକ୍ତ କରିଥିଲେ। ଗୋଏଲଙ୍କ ପତ୍ନୀ ଅନୀତା ଉପାଧ୍ୟକ୍ଷ, ଝିଅ ନମ୍ରତା ଗ୍ରାହକ ସେବାରେ ଥିଲେ ଏବଂ ପୁଅ ନିବାନ୍ ଜେଆଇଏଲରେ ମ୍ୟାନେଜର ଭାବେ କାମ କରୁଥିଲେ।
ପରାମର୍ଶଦାତା ସଂସ୍ଥା ଜରିଆରେ ଦରମା ପ୍ରଦାନ ନେଇ ଗୋୟଲ କୌଣସି ପ୍ରକାରର ସୂଚନା ଦେବାକୁ ମନା କରିଦେଇଛନ୍ତି। ଇଡିର ଚାର୍ଜସିଟରେ କୁହାଯାଇଛି ଯେ ପରାମର୍ଶଦାତା ସଂସ୍ଥା ନାମରେ ୨୭୯.୫ କୋଟି ଟଙ୍କା ‘ଅନ୍ୟାନ୍ୟ ଭତ୍ତା’ ହିସାବରେ ପ୍ରଦାନ କରାଯାଇଥିବା ରେକର୍ଡ କରାଯାଇଛି। ଏଗୁଡ଼ିକ ସନ୍ଦିଗ୍ଧ ଥିଲା ଏବଂ ଏହାର ଯାଞ୍ଚ କରାଯାଉଛି।
ପରାମର୍ଶଦାତା ଫାର୍ମର ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କ ବୟାନ ରେକର୍ଡ କରିଛି ଇଡି, ଯେଉଁମାନେ କହିଛନ୍ତି ଯେ ସହଯୋଗୀ ଫାର୍ମ ମାଧ୍ୟମରେ ପ୍ରାପ୍ତ ଗୋୟଲଙ୍କ ନିର୍ଦ୍ଦେଶରେ ସେମାନେ ସେମାନଙ୍କ ଆକାଉଣ୍ଟରୁ ଜେଆଇଏଲ୍ ପରିଚାଳନାର ବେତନ ପ୍ରକ୍ରିୟା କରିଥିଲେ। ଏହି କନସଲଟାନ୍ସି ସଂସ୍ଥା ନିଜର ଫି’ ହିସାବରେ ଜେଆଇଏଲ୍ରୁ ମାସିକ କର୍ମଚାରୀ ପିଛା ୧ ହଜାର ଟଙ୍କା ନେଉଥିଲା।
ଇଡିର ଚାର୍ଜସିଟରେ କୁହାଯାଇଛି ଯେ, ଜେଆଇଏଲ ଏହି ଦରମା ରାଶିକୁ ପାଠକ ଏଚଡି ଆଣ୍ଡ ଆସୋସିଏଟ୍ସର କରେଣ୍ଟ ଆକାଉଣ୍ଟରେ ଟ୍ରାନ୍ସଫର କରନ୍ତି ଏବଂ ପରେ ଇମେଲ ଜରିଆରେ ପଠାଇବେ, କର୍ମଚାରୀଙ୍କ ନାମ ପ୍ରଦାନ କରିବେ, କେତେ ଟଙ୍କା ଦେବାକୁ ପଡିବ ସେନେଇ ସବିଶେଷ ତଥ୍ୟ, ଏବଂ ଖାତା ବିବରଣୀ ଯେଉଁଥିରେ ଦରମା ଜମା ହେବାର ଥିଲା।
ତା’ପରେ ସାଙ୍ଗାନି ଆଣ୍ଡ୍ କମ୍ପାନୀ ଦରମା ପ୍ରସ୍ତୁତ କରିଥିଲା ଏବଂ ତା’ପରେ ସେମାନେ ସେମାନଙ୍କ କରେଣ୍ଟ ଆକାଉଣ୍ଟରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ କରୁଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି।
ଚତୁର୍ବେଦୀ ଆଣ୍ଡ ଶାହ ଏଲଏଲପିର ମ୍ୟାନେଜିଂ ପାର୍ଟନର ରାଜେଶ ଚତୁର୍ବେଦୀ ଜେଆଇଏଲର ଯୁଗ୍ମ ବୈଧାନିକ ଅଡିଟର ଥିଲେ ଏବଂ ଏଚଡି ପାଠକ ଆଣ୍ଡ ଆସୋସିଏଟସ ସହିତ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିଲା।
ଶାହ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି ଯେ ତାଙ୍କର ଅନ୍ୟ ଦୁଇଟି କମ୍ପାନୀ (ଆଲ୍ପାଇନ କୋପରେଟ୍ ଆଡଭାଇଜରି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ନୋଭୋ କୋଅପରେଟିଭ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍) ଜେଆଇଏଲ୍କୁ ଟିକସ ସମ୍ପର୍କିତ ସେବା ପ୍ରଦାନ କରିଥିଲେ।
Comments are closed.