Latest Odisha News

ଶୀତକାଳୀନ କାର୍ଯ୍ୟସୂଚୀରେ ୪୪ଟି ନୂଆ ବିମାନ ଯୋଡିବାକୁ ଯାଉଛି ସ୍ପାଇସଜେଟ୍

ନୂଆଦିଲ୍ଲୀ: ସ୍ପାଇସଜେଟ୍ ପ୍ରଥମ ଥର ପାଇଁ ସିଲଂ ଓ କୋଲକାତାକୁ ସଂଯୋଗ କରିବା ସହିତ ୪୪ଟି ନୂଆ ବିମାନ ଯୋଡିବାକୁ ଯାଉଛି। ଶୀତକାଳୀନ କାର୍ଯ୍ୟସୂଚୀକୁ ସମ୍ପ୍ରସାରଣ କରିବାକୁ ଯାଇ ଏହି ନୂଆ ବିମାନ ଯୋଡିବାକୁ ଯାଉଛି। ଏୟାରଲାଇନ୍ ପକ୍ଷରୁ ଚାରିଟି ୭୩୭ ମ୍ୟାକ୍ସ ସମେତ ଆଠଟି ବୋଇଂ ୭୩୭ଏସ ବିମାନ ମଧ୍ୟ ଏହି ୪୪ଟି ନୂଆ ବିମାନରେ ସାମିଲ କରାଯାଇଛି।

ଏହି ସେବାରେ ମୁମ୍ବାଇରୁ ବ୍ୟାଙ୍କକକୁ ଦୈନିକ ବିମାନ ସେବା ଆରମ୍ଭ କରିବା ସହ ଚେନ୍ନାଇ, ପୁଣେ, ହାଇଦ୍ରାବାଦ ଓ କୋଲକାତା ଏବଂ ଜୟପୁର ଓ ଦିଲ୍ଲୀ ଭଳି ଅନ୍ୟ ସହର ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବାକୁ ଏହି ବିମାନ କମ୍ପାନୀ ଲକ୍ଷ୍ଯ ରଖିଛି।

ସ୍ପାଇସ ଜେଟ୍ ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି ଯେ, ଏହି ସମ୍ପ୍ରସାରଣ ଫଳରେ ସାରା ଦେଶରେ ଯାତ୍ରୀଙ୍କ ବଢୁଥିବା ଚାହିଦାକୁ ଭଲ ଭାବେ ସେବା ଯୋଗାଇ ପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିମାନଗୁଡ଼ିକୁ ସତର୍କତାର ସହ ଚୟନ କରାଯାଇଛି।

Leave A Reply

Your email address will not be published.