Latest Odisha News

BREAKING NEWS

ଇଡି ଜାଲରେ ବାଇଜୁ: ରବୀନ୍ଦ୍ରନଙ୍କ ଅଫିସ ଓ ବାସଭବନରେ ଇଡିର ଯାଞ୍ଚ, ମିଳିଲା ଆପତ୍ତିଜନକ ଦସ୍ତାବିଜ

ନୂଆଦିଲ୍ଲୀ: ଇଡି ଜାଲରେ ପଡିଲେ ବାଇଜୁର ପ୍ରତିଷ୍ଠାତା ଏବଂ ଚିଫ ଏକଜିକ୍ୟୁଟିଭ ଅଫିସର ବାଇଜୁ ରବୀନ୍ଦ୍ରନ । ଶନିବାର ୨ଟି କାର୍ଯ୍ୟାଳୟ ଏବଂ ଗୋଟିଏ ବାସଭବନ ଏହିପରି  ତିନୋଟି ଜାଗାରେ  ଇଡି ପକ୍ଷରୁ ଚଢଉ କରାଯାଇଛି । ଚଢାଉ ଓ ଜବତ କାର୍ଯ୍ୟାନୁଷ୍ଠାନ ବେଳେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା  ଇଡିର ହସ୍ତଗତ ହୋଇଛି ।ତାଙ୍କ ବିରୋଧରେ  ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲଙ୍ଘନ କରିଥିବା ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କମ୍ପାନୀର ବାଇଜୁ ନାମକ ଏକ ଲୋକପ୍ରିୟ ଅନଲାଇନ ଏଡୁକେଶନ ପୋର୍ଟାଲ ରହିଛି । ତଲାସି ଅଭିଯାନବେଳେ ସେଠାରୁ ଅନେକ ଆପତ୍ତିଜନକ କାଗଜପତ୍ର ଏବଂ ଡିଜିଟାଲ ଡାଟା ଜବତ ହୋଇଛି । ଏହି ଅଭିଯୋଗ ଅନୁଯାୟୀ, ତାଙ୍କ କମ୍ପାନୀ ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (FDI) ଅଧୀନରେ ୨୦୧୧ରୁ ୨୩ ମଧ୍ୟରେ ୨୮ ହଜାର କୋଟି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଗ୍ରହଣ କରିଛନ୍ତି । ହେଲେ ଏହାର ବିବରଣୀ ପ୍ରସ୍ତୁତ କରି ନ ଥିଲେ ଏବଂ ଖାତାର ଅଡିଟ କରି ନ ଥିଲେ ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, କମ୍ପାନୀ ତରଫରୁ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି । ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ନାମରେ ପ୍ରାୟ ୯୪୪ କୋଟି ଟଙ୍କା ବୁକ୍ କରିଛି । ଯେଉଁଥିରେ ବିଦେଶୀ ଅଧିକାରୀଙ୍କୁ ପଠାଯାଇଥିବା ରାଶି ମଧ୍ୟ ସାମିଲ ରହିଛି ।

ଇଡିର କହିବା ଅନୁଯାୟୀ,  କମ୍ପାନୀ କେତେ ଟଙ୍କା ପଠାଇଥିଲା ଏବଂ କେତେ ଗ୍ରହଣ କରିଥିଲା ତାହାର ଯାଞ୍ଚ ବ୍ୟାଙ୍କ ମାଧ୍ୟମରେ କରାଯାଇଥିଲା । ବ୍ୟକ୍ତିଗତ ଭାବେ ହୋଇଥିବା ଅଭିଯୋଗ ଅନୁସାରେ ଇଡି ପକ୍ଷରୁ ଚଢଉ କରାଯାଇଛି । ଇଡି ଯାଞ୍ଚ ବେଳେ ସଂସ୍ଥାପକ ତଥା ସିଇଓ ରବୀନ୍ଦ୍ରନ ବାଇଜୁଙ୍କୁ ଏକାଧିକ ସମନ ହୋଇଥିଲା । ହେଲେ ସେ ଏହାକୁ ଏଡାଇ ଦେଉଥିଲେ । ଏପରିକି ଯାଞ୍ଚ ସମୟରେ ଉପସ୍ଥିତ ରହୁ ନ ଥିଲେ ।ଏହା ପରେ ଇଡି ତାଙ୍କର ୨ କାର୍ଯ୍ୟାଳୟ ଏବଂ ବାସଭବନରେ ଛାପା ମାରିଥିଲା ।

Leave A Reply

Your email address will not be published.