Latest Odisha News

BREAKING NEWS

ଇଡି ଚଢ଼ାଉ : ଆପ ନେତା ସତ୍ୟେନ୍ଦ୍ରଙ୍କ ଘରୁ ମିଳିଲା ୨.୮୫କୋଟିର ନଗଦ, ୧.୮କିଗ୍ରା ସୁନା ମୁଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ଶାସକ ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏବଂ ତାଙ୍କ ସହଯୋଗୀଙ୍କ ପାଖରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ତାଙ୍କ ଘରୁ ୨.୮୫ କୋଟି ଟଙ୍କାର ନଗଦ ଟଙ୍କା ଏବଂ ୧୩୩ଟି ସ୍ୱର୍ଣ୍ଣ ମୁଦ୍ରା ମିଳିଛି । ସ୍ୱର୍ଣ୍ଣ ମୁଦ୍ରାର ଓଜନ ୧.୮ କିଲୋଗ୍ରାମ ହେବ । ଏହାର ହିସାବ ମିଳି ନ ଥିବାରୁ ଟଙ୍କା ଏବଂ ସୁନାକୁ ଗୁପ୍ତ ସ୍ଥାନରେ ରଖାଯାଇଛି । ଫଳରେ ଏହି ମନ୍ତ୍ରୀଙ୍କ ଅସୁବିଧା ବଢ଼ିଛି । ସୂଚନାଯୋଗ୍ୟ, ମେ ୩୦ରେ ମନି ଲଣ୍ଡରିଂ ମାମଲାରେ ଇଡି ୫୭ ବର୍ଷୀୟ ସତ୍ୟେନ୍ଦ୍ରଙ୍କୁ ଗିରଫ କରିଥିଲା । ସେ ଏବେ ଜୁନ ୯ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ।

କେନ୍ଦ୍ର ସରକାର ସତ୍ୟେନ୍ଦ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଡି ଗିରଫ କରିଛି ବୋଲି ଆପ ପକ୍ଷରୁ ଅଭିଯୋଗ ଅଣାଯାଇଛି । ଏପରିକି ଆପ ନେତା ସଂଜୟ ସିଂ କହିଛନ୍ତି ତାଙ୍କ ଘରୁ ୨ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି, ବାକି ସବୁ ମିଛ ।

Leave A Reply

Your email address will not be published.