Latest Odisha News

BREAKING NEWS

ସତେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ଅମାପ ସମ୍ପତ୍ତି

2.85 କୋଟି ଟଙ୍କା ଏବଂ 133 ଟି ସୁନା ମୁଦ୍ରା ଜବତ କଲା ଇଡି

ନୂଆ ଦିଲ୍ଲୀ:  ଦିଲ୍ଲୀ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଘରୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଛି କୋଟି କୋଟି ଟଙ୍କା । ଖାଲି ଟଙ୍କା ମିଳିନି 133ଟି ସୁନା କଏନ ମଧ୍ୟ ମିଳିଛି । ସତ୍ୟେନ୍ଦ୍ର  ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢ଼ାଉ କରିବା ପରେ ଏହି ଅମାପ ସମ୍ପତ୍ତି ଦେଖି ଆଖି ଟେରା ହୋଇଯାଇଛି  ।  ତାଙ୍କ ଘରୁ 2.85 କୋଟି ଟଙ୍କା ଏବଂ 133 ଟି ସୁନା ମୁଦ୍ରା ଜବତ କରାଯାଇଥିବା ଇଡି ପ୍ରକାଶ କରିଛି ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏଭଳି ଚଢ଼ାଉ  ପରେ ରାଜନୀତି ଏବେ ସରଗରମ ହେବାରେ ଲାଗିଛି ।  AAP ନେତାମାନେ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଏହାକୁ ଏକ ଷଡଯନ୍ତ୍ର ବୋଲି କହୁଥିବାବେଳେ ବିଜେପି ନେତାମାନେ AAP ସରକାରଙ୍କୁ ଜବାବ ଦେଇ ଦୁର୍ନୀତିରେ ଆପ୍ ବୁଡ଼ି ରହିଥିବା କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ସତ୍ୟେନ୍ଦ୍ର ଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଇଡି ତଦନ୍ତ କରୁଛି  ।

ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ଦିଲ୍ଲୀ ସରକାର ସତ୍ୟେନ୍ଦ୍ର  ଏବଂ ତାଙ୍କ ସହ ଜଡିତ ଲୋକଙ୍କ ବିରୋଧରେ ଏହି  2.85 କୋଟି ଟଙ୍କା ନଗଦ ଟଙ୍କା ସହ 133 ଟି ସୁନା ମୁଦ୍ରା ଜବତ କରାଯାଇଥିବାରୁ ତାଙ୍କର ବେଲ୍ ମିଳିବା କଷ୍ଟକର ହୋଇପଡିବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।  ଇଡି କହିଛି ମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସାହାଯ୍ୟ କରିଥିବା ସମସ୍ତଙ୍କ ଘରେ ରେଡ କରାଯିବ । କାରଣ

ନଗଦ ଟଙ୍କା ଏବଂ ସୁନା ମୁଦ୍ରାକୁ ଗୁପ୍ତ ସ୍ଥାନରେ ରଖାଯାଇଥିଲା  । ଏବଂ ଆହୁରି ରହିଥିବା ଆଶଙ୍କା କରାଯାଉଛି  । ମେ 30 ରେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଗିରଫ କରାଯାଇଥିଲା ସତେନ୍ଦ୍ରଙ୍କୁ ।  ଏବଂ ସେ ଜୁନ୍ 9 ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି।

Leave A Reply

Your email address will not be published.