Latest Odisha News

BREAKING NEWS

ଶାଓମି ମୋବାଇଲ କମ୍ପାନୀର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ନିୟମ ବା ଫେମା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ବା ଇଡି ଶାଓମି ମୋବାଇଲ କମ୍ପାନୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶାଓମିର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କରିଛି ଇଡି । ଶାଓମି ଇଣ୍ଡିଆ ହେଉଛି ଚୀନର ଶାଓମି ଗ୍ରୁପର ଏକ ସହଯୋଗୀ କମ୍ପାନୀ।

ବୈଦେଶିକ ମୁଦ୍ରା ପରିଚାଳନା ଆଇନ ୧୯୯୯ ଅନୁଯାୟୀ ଇଡି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୫ ହଜାର ୫୫୧ କୋଟି ୨୭ ଲକ୍ଷ ଟଙ୍କା ଜବତ କରିଛି। ଚଳିତ ବର୍ଷ ଫେବ୍ରୁଆରି ମାସରେ ବେଆଇନ ଭାବେ ଟଙ୍କା ପଠାଇବା ମାମଲାରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ ଆରମ୍ଭ କରିଥିଲା।

କମ୍ପାନୀ ୨୦୧୪ରେ ଭାରତରେ ଏହାର କାମ ଆରମ୍ଭ କରିଥିଲା ଏବଂ ୨୦୧୫ରେ ଟଙ୍କା ପଠାଇବା ଆରମ୍ଭ କରିଥିଲା। ଇଡି କହିଛି ଯେ ରୟାଲ୍ଟି ଆକାରରେ ଶାଓମି ଏପଯାଏ ତିନୋଟି ବିଦେଶୀ ସଂସ୍ଥାକୁ ୫ ହଜାର ୫୫୧ କୋଟି ୨୭ ଲକ୍ଷ ଟଙ୍କାର ବୈଦେଶିକ ମୁଦ୍ରା ପଠାଇଛି, ଯେଉଁଥିରେ ଗୋଟିଏ ଶାଓମି ଗ୍ରୁପର ସଂସ୍ଥା ମଧ୍ୟ ସାମିଲ ଅଛି।

ରୟାଲ୍ଟି ନାଁରେ ଏତେ ପରିମାଣର ଅର୍ଥ ସେମାନଙ୍କର ଚୀନ୍ ମୂଳ ଗ୍ରୁପ୍ ସଂସ୍ଥାଙ୍କ ନିର୍ଦ୍ଦେଶରେ ପଠାଯାଇଥିଲା ବୋଲି ଇଡି କହିଛି। ଅନ୍ୟ ଦୁଇ ଆମେରିକୀୟ ସଂସ୍ଥାକୁ ପଠାଯାଇଥିବା ଅର୍ଥ ମଧ୍ୟ ଶାଓମି ଗ୍ରୁପ ସଂସ୍ଥା ଗୁଡ଼ିକର ଲାଭ ପାଇଁ ଦିଆଯାଇଥିବା କୁହାଯାଉଛି। ଶାଓମି ଇଣ୍ଡିଆ ଭାରତରେ ଏମଆଇ ବ୍ରାଣ୍ଡ ନାମରେ ମୋବାଇଲ ଫୋନ ବ୍ୟବସାୟୀ କରେ।

Leave A Reply

Your email address will not be published.