Latest Odisha News

BREAKING NEWS

ପ୍ରିୟଙ୍କାଙ୍କ ସ୍ୱାମୀକୁ ପୁଣି ଇଡି ସମନ୍: ଭଦ୍ରା କହିଲେ, ‘ରାଜନୈତିକ ପ୍ରତିଶୋଧ’

ନୂଆଦିଲ୍ଲୀ: ପୁଣି ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ସମନ ଜାରି କଲା ଇଡି। ହରିୟାଣାର ଏକ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଦ୍ୱିତୀୟ ଥର ପାଇଁ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତ ଏପ୍ରିଲ ୮ ତାରିଖରେ ତାଙ୍କୁ ପ୍ରଥମ ନୋଟିସ ହୋଇଥିବା ବେଳେ ଏହାକୁ ଏଡାଇ ଦେଇଥିଲେ ଭଦ୍ରା। ଆଉ ଆଜି ଦ୍ଵିତୀୟ ଥର ପାଇଁ ସମନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିମୁଖେ ବାହାରିଛନ୍ତି ବିରୋଧୀଦଳ ନେତା ରାହୁଲଙ୍କ ଶଳା। ସିଧା ଘରୁ ଚାଲି ଚାଲି ଇଡି ମୁହାଁ ବାହାରିଛନ୍ତି ।

ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ଇଡି ଦ୍ଵାରା ହୋଇଥିବା ସମନ୍ ନେଇ ଭଦ୍ରା କହିଛନ୍ତି, ଏହା ବିଜେପି ଦ୍ୱାରା ଏକ ରାଜନୈତିକ ପ୍ରତିଶୋଧ। ଯେତେବେଳେ ମୁଁ ଲୋକଙ୍କ ସ୍ୱର ଉତ୍ତୋଳନ କରେ ସେମାନେ ମୋତେ ଦମନ କରିବାକୁ ଚେଷ୍ଟା କରନ୍ତି। ମୋର ସ୍ବର ଦବାଇବାକୁ ଚେଷ୍ଟା କରୁଛନ୍ତି । ସଂସଦରେ ମଧ୍ୟ ରାହୁଲଙ୍କ ସ୍ବର ଚପାଇ ଦେବାକୁ ଚେଷ୍ଟା କରାଯାଏ । ମୋର ଲୁଚାଇବା ପାଇଁ କିଛି ନାହିଁ। ସେମାନେ ମୋତେ ଯାହା ଚାହିଁବେ ପଚାରିପାରିବେ ଏବଂ ମୁଁ ସେମାନଙ୍କୁ ଉତ୍ତର ଦେବି ବୋଲି ଦୃଢୋକ୍ତି ଦେଇଛନ୍ତି।

ତେବେ, ହରିୟାଣାର ଏକ ଜମି ଚୁକ୍ତି ସହିତ ଜଡିତ ଲଣ୍ଡରିଂ ମାମଲା ନେଇ ବିବାଦରେ ଅଛନ୍ତି ରବର୍ଟ ଭଦ୍ରା। ଏହି ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇଛି। ପୂର୍ବରୁ ତାଙ୍କୁ ଏପ୍ରିଲ ୮ ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ କୋୗଣସି ବ୍ୟକ୍ତିଗତକାରଣ ଯୋଗୁଁ ସେ ସାକ୍ଷ୍ୟ ଦେଇ ନଥିଲେ। ସେପଟେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କ ଫାର୍ମ, ସ୍କାଇଲାଇଟ୍ ହସପିଟାଲିଟି ସମ୍ବନ୍ଧିତ କଥିତ ଆର୍ଥିକ ଅନିୟମିତତା ଉପରେ ତଦନ୍ତ କରୁଥିବା ବେଳେ ପୁଣି ଥରେ ସମନ ଜାରି କରି ଆଜି ଅର୍ଥାତ୍ ୧୫ ଏପ୍ରିଲରେ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲା ।

ଇଡି ଅନୁଯାୟୀ, ଭଦ୍ରାଙ୍କ କମ୍ପାନୀ ଫେବୃଆରୀ ୨୦୦୮ ରେ ଓମକାରେଶ୍ୱର ପ୍ରପର୍ଟିଜ୍ ଠାରୁ ଗୁଡ଼ଗାଓଁର ଶିଖୋଫରରେ ୩.୫ ଏକର ଜମି ୭.୫ କୋଟି ଟଙ୍କାରେ କିଣିଥିଲା। ପରେ ଭାଦ୍ରାଙ୍କ କମ୍ପାନୀ ୫୮ କୋଟି ଟଙ୍କାରେ ରିଅଲ୍ ଇଷ୍ଟେଟ୍ ଜାଏଣ୍ଟ ଡିଏଲଏଫକୁ ଜମି ବିକ୍ରି କରିଥିଲା। ଏହି ଆୟ ଏକ ଲଣ୍ଡରିଂ ଯୋଜନାର ଅଂଶ ବୋଲି ସନ୍ଦେହ କରି, କେନ୍ଦ୍ରୀୟ ଏଜେନ୍ସି ଅପ୍ରତ୍ୟାଶିତ ଲାଭ ପଛରେ ଥିବା ଅର୍ଥ କାରବାର ନେଇ ତଦନ୍ତ କରୁଛି।

Comments are closed.