Latest Odisha News

BREAKING NEWS

ଇଡିରେ ପହଞ୍ଚିଲେ ଆପ୍ ନେତା ଦୁର୍ଗେଶ ପାଠକ, ସେପଟେ କେଜ୍ରିଓ୍ବାଲଙ୍କ ସଚିବ ବିଭବଙ୍କୁ ଚାଲିଛି ଜେରା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନିତୀ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆମ୍ ଆଦମୀ ପାର୍ଟି (ଆପ୍) ନେତା ଦୁର୍ଗେଶ ପାଠକଙ୍କ ନିକଟକୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସମନ ପାଇବା ପରେ ଦୁର୍ଗେଶ ଇଡିରେ ପହଞ୍ଚିଥିବାବେଳେ, ଏବେ ତାଙ୍କୁ ପଚରାଉଚରା ଜାରି ରହିଛି ।

ଏହା ବ୍ୟତୀତ ଇଡି ମଧ୍ୟ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ପଚରାଉଚରା କରୁଛି । ଏହାପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନିତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପାଠକ ଏବଂ ବିଭବ କୁମାରଙ୍କୁ ପଚରାଉଚରା କରିସାରିଛି ।

ତେବେ ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ଗିରଫ ହୋଇ ତିହାର ଜେଲ୍ ରେ ଅଛନ୍ତି କେଜ୍ରିଓ୍ବାଲ୍ । ଏହା ପୂର୍ବରୁ ଦୁଲ୍ଲୀ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଗିରଫ ହେଇ ଜେଲରେ ଅଛନ୍ତି । ସେହିପରି ଏହି ମାମଲାରେ ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂଙ୍କୁ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ କରାଯାଇଥିବାବେଳେ ସଞ୍ଜୟ ସିଂଙ୍କୁ ଏପ୍ରିଲ୍ ଦୁଇ ତାରିଖରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

Comments are closed.