Latest Odisha News

BREAKING NEWS

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ଚତୁର୍ଥ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଡୁଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ କରିଛି । ଜାନୁଆରୀ ୧୮ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ଉଲ୍ଲେଖ ରହିଛି । ତେବେ ଏହାକୁ ମିଶାଇ ୪ଥର ସମନ କରିସାରିଲାଣି ଇଡି । ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଇଡି ସମନ ପଠାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ତେବେ ଏଥର ସେ ହାଜର ହେବେ ନା ପୁଣି ଇଡି ସମନକୁ ଅଣଦେଖା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଇଡିର ନୋଟିସକୁ ବେଆଇନ ବୋଲି କହିଥିଲେ କେଜ୍ରିଓ୍ବାଲ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି କହିଥିଲେ କେଜ୍ରିୱାଲ୍ । ତାଙ୍କୁ ଗିରଫ କରିବା ପାଇଁ ଇଡି ପକ୍ଷରୁ ଏଭଳି ସମନ୍ କରାଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀର ଆପ୍ ସରକାର ୨୦୨୧ ମସିହାରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏହି ନିୟମ ଅନୁସାରେ ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିଲେ । ଏହାପରେ ସରକାରୀ ଦୋକାନଗୁଡିକୁ ବନ୍ଦ କରାଯାଇଥିଲା । ତେବେ ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଉଭୟ ଇଡି ଓ ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.