Latest Odisha News

BREAKING NEWS

ବିନା ଭିସାରେ ଆନ୍ତର୍ଜାତକ ସୀମା ପାର କଲେ ଯାତ୍ରୀ, ଗୁଆହାଟୀକୁ ଯାଉଥିବା ଇଣ୍ଡିଗୋ ବିମାନ ଢାକାରେ କଲା ଜରୁରୀ ଅବତରଣ

ଗୁଆହାଟି: ପ୍ରବଳ ଥଣ୍ଡା ଏବଂ ଘନ କୁହୁଡି ବାୟୁ ସେବା ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଛି | ଆଜି ମୁମ୍ବାଇରୁ ଗୁଆହାଟୀକୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ବାଂଲାଦେଶର ରାଜଧାନୀ ଢାକାରେ ଜରୁରୀକାଳୀନ ଅବତରଣ କରିଛି । ଏହାର କାରଣ ହେଉଛି ଗୁଆହାଟୀ ବିମାନବନ୍ଦରରେ ଘନ କୁହୁଡ଼ି ହେତୁ ଦୃଶ୍ୟମାନତା ପ୍ରାୟ ଶୂନ୍ୟ ହୋଇଯାଇଥିଲା । ଏହି କାରଣରୁ ଆସାମର ଗୁଆହାଟି ବିମାନ ବନ୍ଦରରେ ବିମାନ ଅବତରଣ କରିବା ପୂର୍ବରୁ ଢାକାରେ ଜରୁରୀକାଳୀନ ଅବତରଣ କରିଛି ।

ଏନେଇ ମୁମ୍ବାଇ ଯୁବ କଂଗ୍ରେସ ନେତା ସୂରଜ ସିଂ ଠାକୁର ନିଜ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରିଛନ୍ତି ଯେ, “ମୁଁ ଇଣ୍ଡୋଗୋ ବିମାନରେ ମୁମ୍ବାଇରୁ ଗୌହାଟୀ ଯାଉଥିଲି । କିନ୍ତୁ ଘନ କୁହୁଡ଼ି ପାଇଁ ବିମାନ ଗୌହାଟୀରେ ଅବତରଣ କରିପାରିନଥିଲା । ଯେଉଁଥି ପାଇଁ ଢାକାରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।ବର୍ତ୍ତମାନ ଯାତ୍ରୀମାନେ ବିନା ପାସପୋର୍ଟରେ ଆନ୍ତର୍ଜାତକ ସୀମା ପାର କରିଛନ୍ତି । ଯାତ୍ରୀମାନେ ବିମାନ ଭିତରେ ରହିଥିବା ଲେଖିଛନ୍ତି ସୁରଜ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ମଣିପୁରର ଇମ୍ଫାଲକୁ ଯାଉଥିଲି। ବର୍ତ୍ତମାନ ଦେଖିବା ବାକି ରହିଲା ଯେ କେତେବେଳେ ଆମେ ଗୁଆହାଟିରେ ପହଞ୍ଚିବୁ ଏବଂ  ସେଠାରୁ ଇମ୍ଫାଲକୁ ଯାତ୍ରା କରିବୁ ।

ସୂଚନାଯୋଗ୍ୟ ଯେ, ଢାକା ବିମାନ ବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଇଣ୍ଡିଗୋ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ବିମାନଟି କାହିଁକି ଢାକାରେ ଅବତରଣ କରିଛି ସେନେଇ ମଧ୍ୟ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

 

Leave A Reply

Your email address will not be published.