Latest Odisha News

BREAKING NEWS

କାଲି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଘାଣ୍ଟିବ ଇଡି, ହାଜିରା ପାଇଁ ସମନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ହରଡ଼ଘଣାରେ ପଡିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ଆର୍ଥିକ କାରବାରର ଖୋଳତାଡ ଚାଲିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରରେ ଅଛନ୍ତି ରିୟା ଓ ତାଙ୍କ ଭାଇ । ଆସନ୍ତାକାଲି ପୁଣି ହାଜର ହେବାକୁ ଭାଇ-ଭଉଣୀଙ୍କୁ ସମନ୍ କରିଛି ଇଡି ।

ଶୁକ୍ରବାର ରିୟାଙ୍କୁ ୮ ଘଣ୍ଟା ଓ ଗତକାଲି ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀଙ୍କୁ ୧୮ ଘଣ୍ଟାର ଝାଳବୁହା ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୁହାଯାଉଛି, ଜେରା ବେଳେ ରିୟା ଦେଇଥିବା ତଥ୍ୟରେ ସନ୍ତୁଷ୍ଟ ନୁହନ୍ତି ଇଡି ଅଧିକାରୀ । ସେ ତଦନ୍ତକାରୀ ଟିମକୁ ସହଯୋଗ ବି କରି ନଥିଲେ ।

ଜେରା ବେଳେ ସୁଶାନ୍ତଙ୍କ ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ହୋଇଥିବା ଟ୍ରାଞ୍ଜାକସନ୍ ବାବଦରେ ରିୟାଙ୍କୁ ପଚାରିଥିଲା ଇଡି । ମାସକୁ କରୁଥିବା ଲକ୍ଷାଧିକ ଟଙ୍କା ଖର୍ଚ୍ଚର ହିସାବ ବି ଦେଖାଇ ପାରି ନଥିଲେ ରିୟା । ତାଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ଆଉ ଥରେ କାଲି ହାଜର ହେବାକୁ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.