Latest Odisha News

ଫେରାଇବାକୁ ପଡିବନି କାଳିଆ ଟଙ୍କା

ଭୁବନେଶ୍ୱର: କଳିଆ ଟଙ୍କା ଫେରସ୍ତ ଉପରେ ଲାଗିଲା ରୋକ । ଆଉ ଫେରାଇବାକୁ ପଡିବନି କାଳିଆ ଟଙ୍କା । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରାଇ ନେବା ଉପରେ କଟକଣା ଲଗାଇଛନ୍ତି ସରକାର । ବର୍ତ୍ତମାନ ପାଇଁ ଟଙ୍କା ଫେରାଇ ନନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଦିଆଯାଇଛି । ଏନେଇ ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଚିଠି ଲେଖିଛି କୃଷି ବିଭାଗ । କାଳିଆ ଟଙ୍କା ଫେରାଇବା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । କରୋନା ପରିସ୍ଥିତି ଓ ଖରିଫ ଫସଲକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.