Latest Odisha News

BREAKING NEWS

ସଞ୍ଜୟଙ୍କୁ ଇଡିର ସମନ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ ସଞ୍ଜୟ ରାଉତଙ୍କୁୁ ସମନ ଜାରୀ କରିଛନ୍ତି । ଏହି ଶିବସେନା ଏମପିଙ୍କୁ ମଙ୍ଗଳବାର ଅଫିସରେ ହାଜର ହେବାକୁ ଇଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବୀଣ ରାୱତ ଓ ପାତ୍ରା ଚାୱାଲାଙ୍କ ୧୦୩୪ କୋଟି ଟଙ୍କାର ଏକ ଜମି ଦୁର୍ନୀତି ମାମଲରେ ସଞ୍ଜୟ ଏବଂ ତାଙ୍କ ପତ୍ନୀଙ୍କ ନାମ ଉଠିଥିଲା । ଇଡି ପ୍ରବୀଣ ଏବଂ ଚାୱଲାଙ୍କ ଯଥାକ୍ରମେ ୯ ଏବଂ ୨ କୋଟି ଟଙ୍କାର ସମ୍ପତି ଜବତ କରି ସାରିଛି । ଏହି ଘଟଣା ପରେ ସଞ୍ଜୟ କହିଛନ୍ତି ମୋ ମୁଣ୍ଡ କଟିଗଲେ ମଧ୍ୟ ଗୌହାଟୀ ଯିବିନି, ମୋତେ ଗିରଫ କର ।

ସେହିପରି ଏକନାଥ ସିନ୍ଦିଆଙ୍କ ପୁତ୍ର ଶ୍ରୀକାନ୍ତ ସିନ୍ଦେ ଏ ନେଇ ସଞ୍ଜୟଙ୍କୁ କଟାକ୍ଷ କରି କହିଛନ୍ତି । ଇଡି ସମନ ପାଇଁ ଆପଣଙ୍କୁ ଶୁଭେଚ୍ଛା । ମହାରାଷ୍ଟ୍ରର ମହାନାଟକ ପ୍ରତ୍ୟେକ ଦିନ ନୂତନ କାହାଣୀ ନେଇ ସାମ୍ନାକୁ ଆସିଛି । ଏବେ ରାଜ ଠାକରେଙ୍କ ଏମଏନଏସ ସହ ଏକନାଥଙ୍କ ଗୋଷ୍ଠୀ ବୁଝାମଣା କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.