Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚୂଲିକୁ ଗଲାଣି ସଂସ୍କୃତି, ପରମ୍ପରା; ଆଧୁନିକ ସଂଗୀତରେ ନାଚୁଛନ୍ତି ରାମସୀତା

ଭୁବନେଶ୍ୱର: ସଂସ୍କୃତିର ଗତି କୁଆଡ଼େ ? କଣ ଆଧୁନିକତା ଛାପରେ ଲିଭିଯିବ ପରମ୍ପରା ? ସୋସିଆଲ୍ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ରାମ ଓ ସୀତା ଆଧୁନିକ ଗୀତ ତାଳେତାଳେ ମଞ୍ଚରେ ନାଚୁଛନ୍ତି । ଏ ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ ।

ଆଜିକାଲି ଗାଁଠୁ ସହର ସବୁଠି ପୌରାଣିକ ନାଟକ ଲୋପ ପାଇ ଗଲାଣି । ଆଉ କାଁ ଭାଁ ଯେଉଁଠି ପୌରାଣିକ ନାଟକ ହେଉଛି ସେଠି ଆଧୁନିକତାର ଛୁଙ୍କ ଏମିତି ଦିଆଯାଉଛି । ଆଧୁନିକତା ଆଳରେ ପୌରାଣିକ କଥାବସ୍ତୁର ଏଭଳି ଉପସ୍ଥାପନା କେତେ ଦୂର ଗ୍ରହଣୀୟ । ପୌରାଣିକ କଥାବସ୍ତୁରେ ଆଧୁନିକ ସଂଗୀତରେ ନାଚ କଲେ କଣ ଶିଖିବେ ଆମ ପରପିଢ଼ି ?

ଏ ଭାଇରାଲ୍ ଭିଡିଓଟି ଗଞ୍ଜାମ ଜିଲ୍ଲାର ବୋଲି କୁହାଯାଉଛି । ଦିନେ ଏ ଜାତି ଗଞ୍ଜାମର ଯୋଡ଼ିଶଙ୍ଖକୁ ନେଇ ଗର୍ବ କରୁଥିଲା । ହେଲେ ଆଧୁନିକ ଗୀତ ଲୋକଙ୍କୁ ଏମିତି ବାୟା କରିଛି ଯେ ସମସ୍ତେ ପୌରାଣିକ କଥାକୁ ଭୁଲି ଗଲେଣି । ଯଦି ଏମିତି ଚାଲେ ଦିନ ଆସିବ । ଆମ ଛୁଆଙ୍କୁ ପଚାରିଲେ ସେମାନେ କହି ପାରିବେନି ରାମ କିଏ ସୀତା କିଏ ? ଆଉ ଚାରି ଯୁଗ କଥା ଛାଡ଼ନ୍ତୁ ।

Leave A Reply

Your email address will not be published.