Latest Odisha News

BREAKING NEWS

ଷ୍ଟରଲିଂ ବାୟୋଟିକେ ଲିମିଟେଡର ବ୍ୟାଙ୍କ ଋଣ ଠକେଇ ମାମଲା : କଂଗ୍ରେସ ନେତା ଅହମଦଙ୍କ ବୟାନ ରେକର୍ଡ କରିବ ଇଡି

ନୂଆଦିଲ୍ଲୀ: ଷ୍ଟରଲିଂ ବାୟୋଟିକେ ଲିମିଟେଡର ୫୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘର ଯାଞ୍ଚ କରିଛି । ଷ୍ଟରଲିଂ ବାୟୋଟେକର ମୁଖ୍ୟ ସନ୍ଦେଶରା ବ୍ରଦର୍ସ ନୀତୀନ ଏବଂ ଚେତନ ଏବେ ନାଇଜେରିଆରେ ଲୁଚିଛନ୍ତି । ଭାରତୀୟ ଗୁଇନ୍ଦା ଏଜେନ୍ସି ଏବେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଆରମ୍ଭ କରିଛି । ପଟେଲଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପୂର୍ବରୁ ନୋଟିସ୍ କରିଥିଲା । କିନ୍ତୁ କରୋନା ପାଇଁ ସେ ହାଜର ହୋଇନଥିଲେ। ଏହାପରେ ଇଡି ପଟେଲଙ୍କ ଘର ପହଞ୍ଚିଛି । ଏବେ ଇଡି ତାଙ୍କର ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି ।

ଷ୍ଟରଲିଂ ବାୟୋଟେକ୍ ଆନ୍ଧ୍ରାବ୍ୟାଙ୍କରୁ ୫ ହଜାର କୋଟି ଟଙ୍କାର ଋଣ ନେଇଥିଲା । ହେଲେ ଋଣ ନସୁଝିବାରୁ ଏହି ଟଙ୍କା ଏନପିଏରେ ପରିଣତ ହୋଇଛି । ଏବେ ଷ୍ଟରଲିଂ କମ୍ପାନୀ ଏହିପରି ମୋଟ୍ ୮,୧୦୦ କୋଟି ଟଙ୍କା ଋଣ ଆଣି ଠକିଛି । ଅହମଦ ପଟେଲ ସନ୍ଦେଶରା ବ୍ରଦର୍ସଙ୍କ ଅତି ନିକଟତମ ବ୍ୟକ୍ତି ବୋଲି ଜଣାଶୁଣା । ଏହା ପୂର୍ବରୁ ଅହମଦ ପଟେଲ ଏବଂ ତାଙ୍କ ଜ୍ୱାଇଁ ଇରଫାନ୍ ସିଦ୍ଦିକି ସନ୍ଦେଶରା ଗ୍ରୁପରୁ ମୋଟା ଅଙ୍କର ଲାଞ୍ଚ ନେଇଥିବା ଅଭିଯୋଗ ରହିଛି । ପଟେଲଙ୍କୁ ଜେ୧ ବୋଲି ଡାକୁଥିବା ସୂଚନା ରହିଛି।

Leave A Reply

Your email address will not be published.