Latest Odisha News

BREAKING NEWS

କରୋନା ମୁକାବିଲା: ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି

କଟକ: କରୋନା ମୁକାବିଲା ପାଇଁ କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଣିକି ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି । କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି କଟକ ମହାନଗର ନିଗମ। କଟକ ମହାନଗର ନିଗମରେ କୋଭିଡ-୧୯ ଅବଜରଭର୍‌ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ କୃଷି ସଚିବ ସୌରଭ ଗର୍ଗ ଏହା କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଗର୍ଗ କହିଛନ୍ତି ଯେ, ବସ୍ତି ଅଂଚଳରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯାଉଛି। ସେହିପରି କଟକର ବିଭିନ୍ନ ପୂଜା କମିଟି, ସାହି କମିଟି ସହଯୋଗ କରୁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାରେ ସହଯୋଗ କରୁଛନ୍ତି।

କଟକ ସିଏମସି ଅଧନୀରେ ୫୯ ଓ୍ଵାର୍ଡ ଅଛି। କଟକରେ ୧୭୯ ପୂଜା ଓ ସାହି କମିଟି ଅଛି। ଓ୍ଵାର୍ଡ କମିଟିରେ ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି ମଧ୍ୟ ଅଛନ୍ତି। ଏଠାରେ ସାହି କମିଟି ଓ ପୂଜା କମିଟି କରାଯାଇଛି। ଜଣାଶୁଣା ବ୍ୟକ୍ତିଙ୍କୁ କମିଟିରେ ରଖାଯାଇଛି। କରୋନା ସ୍ଥିତି ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଓ୍ଵାର୍ଡ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କୃଷି ସଚିବ କହିଛନ୍ତି ।

Leave A Reply

Your email address will not be published.