Latest Odisha News

ବଢିପାରେ ଖରା ଛୁଟି!, କିଛି ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ମୌସୁମୀ କାରଣରୁ କିଛି କିଛି ସ୍ଥାନରେ ବର୍ଷା ଟିକେ ଆଶ୍ବସ୍ତି ଆଣିଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳିରେ ବୁକୁ ଫାଟୁଛି । ଏହାକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ଖରା ଛୁଟିକୁ ବଢାଯିବା ପାଇଁ ନିବେଦନ କରାଯିବା ପରେ ସ୍କୁଲ ଛୁଟିକୁ ନେଇ ନୋଟିସ୍ ଜାରି କରିଥିଲେ ରାଜ୍ୟ ସରକାର । ଆସନ୍ତା ୨୦ ତାରିଖ ଯାଏଁ ସ୍ଥିତି ଦେଖି ସ୍କୁଲ ଖୋଲାଯିବା ଉପରେ ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ଦିଆଯାଇଥିଲା । ଯାହାକୁ ନେଇ କିଛି ସ୍କୁଲ ଖୋଲିଥିଲେ ମଧ୍ୟ ଆଉ କିଛି କିଛି ସ୍କୁଲ ଆଜି ଯାଏଁ ବନ୍ଦ ରହିଛି। ତେବେ ସ୍କୁଲ ଖୋଲିବା ତଥା ଛୁଟି ବଢିବା ସଂପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ସେ କହିଛନ୍ତି, ସ୍କୁଲ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ଦେଖି ସ୍କୁଲ ଖୋଲିବା ବା ବନ୍ଦ ନିଷ୍ପତ୍ତି ନେବାକୁ କୁହାଯାଇଛି। ଗରମ ଓ ଗୁଳୁଗୁଳିର ପ୍ରଭାବ ଦେଖି ଜିଲ୍ଲାପାଳମାନେ ଏହାର ନିଷ୍ପତ୍ତି ନେବେ । ଯାହା ଜୁନ ୨୦ ତାରିଖ ଅର୍ଥାତ୍‌ ଆଜି ଯାଏଁ ବଳବତ୍ତର ରହିଛି। ସ୍କୁଲ କେବେ ଖୋଲିବ ଓ ଏହାକୁ ନେଇ କି କି ପଦକ୍ଷେପ ନିଆଯିବ, ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆଜି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.