Latest Odisha News

BREAKING NEWS

ରାୟଗଡ଼ାରେ ଭାରତ ବନ୍ଦ , କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଚାଷୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସଦର ଏବଂ ଗୁଣୁପୁରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଲିଥିଲା । ସଂଯୁକ୍ତ କିଶାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରୀପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପାରମ୍ପରକ ଢଙ୍ଗରେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଘରୋଇ ବସ ଚଳାଚଳ ମଧ୍ୟ ଠପ୍ ହୋଇଯାଇ ଥିଲା ।

ପ୍ରଧାନମନ୍ତ୍ରୀଙ୍କ ଜନବିରୋଧୀ ନୀତିକୁ ବିରୋଧ କରିବା ସହ ସରକାରଙ୍କ ଘରୋଇ କମ୍ପାନୀକୁ ବିକ୍ରି କରିବା ବନ୍ଦ କରି ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାକୁ ଦାବି କରିଛନ୍ତି ।ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗୁଣୁପୁର ସଦର ପୋଲିସ ସଜାଗ ଥିଲେ।

Comments are closed.