Latest Odisha News

BREAKING NEWS

‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ର ଶୁଭାରମ୍ଭ, ପ୍ରତି ନାଗରିକଙ୍କୁ ମିଳିବ ID

ନୂଆଦିଲ୍ଲୀ: ସାରା ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ସରକାର ଏହି ମିଶନକୁ ଐତିହାସିକ ବୋଲି କହିଛନ୍ତି । ଏହା ଅଧୀନରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ପରିଚୟ ରହିବ । ଏହି କାର୍ଡ ସଂପୂର୍ଣ୍ଣ ଡିଜିଟାଲ୍ ହେବ ଯାହା ଆଧାର କାର୍ଡ ପରି ଦେଖାଯିବ ।

୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲ୍‌ କିଲ୍ଲା ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ‘ଜାତୀୟ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ୍’ର ଏହି ‘ପାଇଲଟ୍‌ ପ୍ରୋଜେକ୍ଟ୍‌’ କଥା ଘୋ‌ଷଣା କରିଥିଲେ। ଦେଶର ଡିଜିଟାଲ୍‌ ଉପକ୍ରମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ଆଜି ଦିନକ ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଗତ ୭ ବର୍ଷ ହେବ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଅଭିଯାନ ଆଜି ଗୋଟାଏ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି । ଏହା ଗୋଟାଏ ସାଧାରଣ ପର୍ଯ୍ୟାୟ ନୁହେଁ।

ସମ୍ପ୍ରତି ଏହି ପ୍ରକଳ୍ପ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ‘ପାଇଲଟ୍‌ ପର୍ଯ୍ୟାୟ’ରେ ପ୍ରବର୍ତ୍ତନ କରାଯାଉଛି। ‘ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ’ (ଏନ୍‌ଏଚ୍‌ଏ) ଦେଶବ୍ୟାପୀ ‘ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର (ଏବି ପିଏମ୍‌-ଜେଏୱାଇ) ତୃତୀୟ ବାର୍ଷିକୀ ପାଳନ କରୁଥିବା ବେଳେ ‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ ହୋଇଛି।୧୪ ଅଙ୍କବିଶିଷ୍ଟ ଏହି ପରିଚୟପତ୍ର ନାଗରିକମାନଙ୍କ ସ୍ବାସ୍ଥ୍ୟ ଆକାଉଣ୍ଟ୍‌ ଭାବେ ମଧ୍ୟ କାମ କରିବ। ଏହି ଆକାଉଣ୍ଟ୍‌ରେ ପ୍ରତ୍ୟେକ ପରୀକ୍ଷା, ପ୍ରତ୍ୟେକ ରୋଗ, ଦେଖାଇଥିବା ଡାକ୍ତର, ଖାଇଥିବା ଔଷଧ ଏବଂ ନିଦାନ ଆଦିର ସବିଶେଷ ବିବରଣୀ ରହିବ। ନେବା ଆଣିବା ଓ ସହଜ ଉନ୍ମୁକ୍ତି ପାଇଁ ସୁବିଧାଜନକ ହୋଇଥିବାରୁ ରୋଗୀ ନୂଆ ସ୍ଥାନ କି ନୂଆ ଡାକ୍ତରଙ୍କୁ ଦେଖାଇବାକୁ ଗଲେ ଏହି କାର୍ଡରେ ଥିବା ସୂଚନା ଖୁବ୍‌ କାମରେ ଆସିବ।

Leave A Reply

Your email address will not be published.