Latest Odisha News

BREAKING NEWS

ଲକ୍‌ଡାଉନର ନିଚ୍ଛକ ଚିତ୍ର …କେଉଁଠି ମଣିଷ ପାଲଟିଛି ବଳଦ ତ କେଉଁଠି ମାଆ ଭିଡି ନେଉଥିବା ବ୍ୟାଗ୍ ଉପରେ ଥକି ଯାଇ ଶୋଇପଡିଛି କୁନି ପୁଅ

ଭୁବନେଶ୍ୱର : ଲକ୍‌ଡାଉନ । ପ୍ରବାସୀ ଶ୍ରମିକଙ୍କ ପାଇଁ ଭୋକର ଭୂଗୋଳ ପାଲଟିଛି । କାମ ଧନ୍ଦା ନାହିଁ ହାତ ବାନ୍ଧି କେତେ ଦିନ ବା ବସିବେ । ସେପଟେ ଭୋକରେ ସାରା ପରିବାର । ଭାତ ମୁଠେ ପାଇଁ ପୁଅ ତାର କାନ୍ଦି କାନ୍ଦି ଗଡିଯାଉଛି । ଏପରି ପରିସ୍ଥିତିରେ ନିଜ ଭିଟାମାଟି ହିଁ ସବୁଠାରୁ ସୁରକ୍ଷିତ ସ୍ଥାନ ମଣି ସମସ୍ତେ ନିଜ ନିଜ ଗାଁ ମୁହାଁ । ପରିବାର ସହ ମାଇଲ ମାଇଲ ରାସ୍ତା ଚାଲି ଚାଲି ଆସୁଛନ୍ତି ।

ବଡମାନଙ୍କ ସହ କୁନି କୁନି ପିଲାମାନେ ବି ପାଦରେ ପାଦ ମିଶାଇ ଚାଲୁଛନ୍ତି । କିଲୋମିଟର କି ଦୁଇ କିଲୋମିଟର ନୁହେଁ ଶହ ଶହ କିଲୋମିଟର ସେମାନେ ଚାଲୁଛନ୍ତି । ଆଜି ଏକ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ କୁନିି ପିଲାଟିର କୁନି କୁନି ପାଦ ଦୁଇଟି ଚାଲି ଚାଲି ଥକି ଗଲା ପରେ ମାଆ ଭିଡିି ଭିଡି ନେଉଥିବା ଆଟାଚି ଉପରେ ପେଟେଇ ଶୋଇପଡିଥିଲା । କାରଣ ମାଆ ବି ତାକୁ କାଖେଇ ଚାଲିବା ମୁସ୍କିଲ । ତେଣୁ ସେହି ଅବସ୍ଥାରେ ବ୍ୟାଗଟିକୁ ଭିଡି ନେଉଛି କେମିତି ଜଲଦି ପହଞ୍ଚିବ ନିଜ ଭିଟାମାଟିରେ । ଏମାନେ ପଂଜାବରୁ ଉତ୍ତରପ୍ରଦେଶ ୮୦୦ କିଲୋମିଟର ଦୀର୍ଘ ରାସ୍ତା ଯାଉଥିବା ଜଣାପଡିଛି ।

ଗୋଟିଏ ପଟେ ଭୋକ ଆଇ ଗୋଟେ ପଟେ ଗାଁକୁ ଫେରିଯିବାର ଝୁଙ୍କ୍ । ସେପଟେ ଇନ୍ଦୋରରେ ଆଉ ଏକ ପରିବାରକୁ ଶଗଡରେ ଗାଁକୁ ଫେରୁଥିବା ଦେଖିବାକୁ ମିଳିଥିଲା । ଶଗଡର ଗୋଟିଏ ପଟେ ଥିଲା ବଦଳ କିନ୍ତୁ ଆର ପଟେ ବଳଦ ନୁହେଁ ଥିଲେ ପରିବାରର ମୁଖିଆ । ବଳଦ ସାଙ୍ଗେ ତାଳ ଦେଇ ଭିଡି ନେଉଥିଲେ ଶଗଡକୁ । ଶଗଡରେ ବସିଥିଲେ ଅନ୍ୟମାନେ । ଟିକେ ଥକି ପଡିଲେ ପରିବାରର ଅନ୍ୟ ସଦସ୍ୟ ଭିଡୁଥିଲେ ଶଗଡ । ତେବେ ଏପରି ପରିସ୍ଥିତି କେବଳ ଏଇ ଭୋକ ଯୋଗୁଁ ସୃଷ୍ଟି ହୋଇଛି ।


ପ୍ରଥମ ପର୍ପ୍ୟାୟ ଲକ୍ ଡାଉନ ବେଳେ ପିରବାରର ମୁଖିଆ ଟଙ୍କା ଅଭାବରୁ ଗୋଟିଏ ବଳଦକୁ ବିକି ଦେଇଥିଲେ । ଭାବିଥିଲେ ଲକ୍ ଡାଉନ ଫିଟିଲେ କାମଧନ୍ଦା କରି ପୁଣି ଆଉ ଗୋଟେ ବଳଦ କିଣି ଆଣିବେ । କିନ୍ତୁ ଲକ୍‌ଡାଉନ ବଢିବାରୁ ବାଧ୍ୟ ହେଇ
ଗାଁକୁ ଫେରିବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏକ ବଳଦ ସ୍ଥାନରେ ମଣିଷ ଟିଏ ଶଗଡ ଟାଣିବା ଘଟଣାକୁ ଦେଖି ଅନେକଙ୍କ ଆଖିରେ ଲୁହ ଆସିଯାଇଥିଲା ।

Leave A Reply

Your email address will not be published.