Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୫-୦୫-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମଇ ତା ୧୫ ରିଖ ଶୁକ୍ରବାର  ବୃଷ ୨  ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଅଷ୍ଟମୀ ଭୁକ୍ତ ନବମୀ ତିଥି  ଧନିଷ୍ଠା ନକ୍ଷତ୍ର ଦିନ ୮ଟା ୩୨ ମିନିଟ୍ ପର୍ଯ୍ୟନ୍ତ ଏହା ପରେ  ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର: ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର: ମିଥୁନ ରାଶି ପୁରୁଷ ଓ ମୀନ  ରାଶିର
ଆଜି:  ଲାଉ ଖାଇବା  ନିଷେଧ
ମେଷ
ଦୃଢ଼ ମନୋବଳ ଯୋଗୁ  କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ  । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗିରହିଥିବା ମନୋମାଳିନ୍ୟ ଦୂରେଇ ଯିବ ।  ବିଦ୍ଯାର୍ଥୀମାନେ ବିଦ୍ଯାରେ ଅଗ୍ରଗତି କରିବେ ।
ବୃଷ
ଆଜିର  ଯାତ୍ରା ମଙ୍ଗଳମୟ ହେବ ।  ଆଶା ଆଙ୍କାକ୍ଷା ପୂରଣ  ପୂରଣ ହେବ ।     ବିବାଦୀୟ ଘଟଣାରେ ଜୟ ଲାଭ କରିବେ ।  ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସଭାସମିତିରେ ଯୋଗ ଦେଇ ମଧ୍ୟସ୍ଥ  କରିବେ  ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ।
ମିଥୁନ
ଯେ କୌଣସି ପ୍ରକାରେ ନିଜର କାମ ହାସଲ ପାଇଁ ଚେଷ୍ଟିତ ହେବେ। ସ୍ବକୀୟ ଚେଷ୍ଟାଦ୍ୱାରା ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଋଣ ପରିଶୋଧ କରିବା ପାଇଁ ସଫଳତା ପାଇବେ ।  ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଅକ୍ଷୁଣ୍ଣ ରହିବ ।
କର୍କଟ
ଆଜି  ଦିନଟି ଭଲରେ ବିତିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।   ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ନିଜ ସାଧନା ବଳରେ କାର୍ଯ୍ୟ ସାଧନ କରିବେ ।
ସି˚ହ
କର୍ମକ୍ଷେତ୍ରରେ ଆତ୍ମୀୟସ୍ବଜନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ । ସ୍ଥଗିତ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।   ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ବାଣିଜ୍ୟ ଓ କଳା ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ।

ଅଧିକ ପଢନ୍ତୁ: ଘର କିଣିବା ଆଗରୁ ଧ୍ୟାନରେ ରଖନ୍ତୁ ଏହିସବୁ ନିୟମ

କନ୍ୟା
ପାରିବାରିକ କ୍ଷେତ୍ରର କୌଣସି ଅତୀତ କଥା ମନକୁ ବାରମ୍ବାର ଆଲୋଡିତ କରିବ। ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ବ୍ଯବସାୟରେ  ଆଶାନୁରୂପ ଲାଭବାନ ହେବେ ।ସେମାନଙ୍କର ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଏଣୁ ଆପଣଙ୍କୁ ସମାଧାନ ସକାଶେ ମଧ୍ୟସ୍ଥତା କରିବାକୁ ପଡିପାରେ।
ତୁଳା
ଆଜି  ଆପଣଙ୍କୁ ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ମିଳିବ। ସନ୍ତାନ ହେତୁକ କୌଣସି ସମସ୍ୟା ମନକୁ ବିବ୍ରତ କରିବାର ସୂଚନା ରହିଛି । ନିର୍ଦ୍ଦିଷ୍ଟ ସମୟରେ କାମର ପୂର୍ଣ୍ଣତା ଅଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।
ବିଛା
ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।  ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ ।  ମାନସିକକ ସ୍ତରରେ ସଂଯମତା କାରଣରୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ଆପଣଙ୍କୁ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବାକୁ ପଡିବ।
ଧନୁ
ମନ ଅନୁଯାୟୀ ପ୍ରତ୍ୟେକ କାମ କରିପାରୁଥିବାରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । ମତପାର୍ଥକ୍ୟ କାରଣରୁ ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ । କୌଣସି କ୍ଷେତ୍ରରେ ସାହାଯ୍ୟ ଓ ଅର୍ଥ ପାଇଁ ବନ୍ଧୁଙ୍କ ହାତକୁ ଚାହିଁ ବସିବେ। କିନ୍ତୁ କ୍ରୀଡା, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିବ।
ମକର
ମାନସିକ ଅସୁସ୍ଥତା କାରଣରୁ କାର୍ଯ୍ୟ ସାଧନ କରିବାରେ ବିଳମ୍ବ ହେବ ।   ପାରିବାରିକ ଦୁଶ୍ଚିନ୍ତା ଅନେକାଂଶରେ ସ୍ବାଭାବିକ ଜୀବନଯାତ୍ରାକୁ ପ୍ରତିହତ କରିବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ।
କୁମ୍ଭ
ଆଜି ଆପଣଙ୍କୁ ସଫଳତା ମିଳିବ ।ଦୂର   ଯାତ୍ରାର  ଯୋଗ ରହିଛି ।  ଦିନଟିରେ କେତେକ ପୁରାତନ କାମ ଶେଷ କରିବାକୁ ଅଗ୍ରାଧିକାର ଦେଇପାରନ୍ତି। ଜମିଜମା ସମ୍ପର୍କିତ ବିବାଦର ଆଶୁ ସମାଧାନ ହୋଇଯିବ। ଯାନବାହନ, ନିର୍ମାଣ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନ
ସ୍ବାସ୍ଥ୍ୟ, କର୍ମକ୍ଷେତ୍ର, ବିଚାରଧାରା, ଶିକ୍ଷା, ସନ୍ତାନ ଓ ଆଲୋଚନା କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।  ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହେବାକୁ ପଡିପାରେ। ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇ ଦେବାର ଆଶଙ୍କା ରହିଛ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.