Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଗାଡି ଉପରକୁ ଅଣ୍ଡାମାଡ: ଗିରଫ ହେଲେ ପୂର୍ବତନ ବଲାଙ୍ଗିର ବିଧାୟକ ବାଳଗୋପାଳ ମିଶ୍ର

ବଲାଙ୍ଗିର : ଲୋଇସିଙ୍ଗା ବିଧାନସଭା କ୍ଷେତ୍ରର ସାଲେଭଟ୍ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିବା ଘଟଣାରେ ପୂର୍ବତନ ବଲାଙ୍ଗିର ବିଧାୟକ ବାଳଗୋପାଳ ମିଶ୍ର ଓ ତାଙ୍କ ପୁଅଙ୍କ ସମେତ କିଛି ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୭ଟାରେ ବଲାଙ୍ଗିରେ ପହଞ୍ଚିଥିଲେ । ପରେ ଏକ ରୋଡ ଶୋ’ କରିବା ପାଇଁ ସିଲଭଟା ଅଭିମୁଖେ ଗସ୍ତ କରିଥିଲେ । ସେଠାରୁ ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ ରାସ୍ତାରେ ଯାଉଥିବାବେଳେ ଶ୍ରୀଯୁକ୍ତ ମିଶ୍ରଙ୍କ ସମେତ ତାଙ୍କ ପୁଅ ଓ ସମର୍ଥକମାନେ ତାଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ କରିଥିଲେ । ଏହି ସମୟରେ ଘଟଣାସ୍ଥଳରେ ୯ ପ୍ଲାଟୁନ୍ ପୋଲିସ ନିୟୋଜିତ ହୋଇଥିଲେ ।

ଏହି ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପରିସ୍ଥିତକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିବା ବେଳେ ପରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା । ଘଟଣାର ସମ୍ପୃକ୍ତିକୁ ନେଇ ବାଳଗୋପାଳ ମିଶ୍ରଙ୍କ ସମେତ ତାଙ୍କ ପୁଅ ଓ ସମର୍ଥକମାନଙ୍କୁ ପୋଲିସ ହେପାଜତରେ ନେଇ ପଚରାଉଚରା କରିଥିଲା । ପରେ ମଙ୍ଗଳବାର ଦିନ ପୋଲିସ ସେମାନଙ୍କୁ ଗିରଫ କରିଛି ।

Leave A Reply

Your email address will not be published.