Latest Odisha News

BREAKING NEWS

ଟ୍ୱିନସିଟିରେ ମୋଦୀ ଓ ନବୀନଙ୍କ ହାଇ-ଭୋଲଟେଜ୍ ପ୍ରଚାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ପ୍ରାୟ ଦ୍ୱିପ୍ରହର ସମୟରେ ହାଇ-ଭୋଲଟେଜ୍ ନିର୍ବାଚନୀ ପ୍ରଚାର କରିବେ ।

ମୁଖ୍ୟମନ୍ତ୍ରୀ ଏପ୍ରିଲ୍ ୧୧ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆଦି ୪ ଲୋକଭା ଆସନ ଏବଂ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରିସାରିଥିବା ବେଳେ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ଏପ୍ରିଲ୍ ୧୮ ତାରିଖରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାରେ ପ୍ରଥମ ଲାଗି ରୋଡ ଶୋ’ କରିବେ । ଯାହା ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ପ୍ରାୟ ସାଢେ ୧୦ଟା ବେଳେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଏକ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ପରବର୍ତ୍ତୀ ସମୟରେ ସେ ସମ୍ବଲପୁର ଅଭିମୁଖେ ଗସ୍ତ କରି ଏକ ଜନସଭାରେ ଉଦବୋଧନ କରିବେ । ପରେ ସେ ସନ୍ଧ୍ୟା ୪ଟା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ଗଙ୍ଗନଗର ଓ ଓୟୁଏଟି, ସିରିପୁର ଓ ଶିବ ମନ୍ଦିର ପରିସର ଦେଇ ବରମୁଣ୍ଡା ପଡିଆରେ ପହଞ୍ଚିବେ । ପରବର୍ତ୍ତୀ ସମୟରେ ମୋଦୀ ସେଠାରେ ଏକ ରୋଡ ଶୋ’ କରିବେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧାରିତ ଗସ୍ତ ଅନୁଯାୟୀ ମଙ୍ଗଳବାର ଦିନ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନୀମଣ୍ଡଳୀରେ ଏକ ମାରାଥନ ପ୍ରଚାର ଆରମ୍ଭ କରିବେ । ପରବର୍ତ୍ତୀ ସମୟରେ ବରଗଡ, ବରପାଲି ଓ ଗାଈସିଲଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ସୁନ୍ଦରଗଡ ଜିଲ୍ଳା ରଘୁନାଥପଲ୍ଲୀ ଓ ରାଉରକେଲା ଅଭିମୁଖେ ଗସ୍ତ କରିବା ସହ ଏକ ରୋଡ ଶୋ’ ମଧ୍ୟ କରିବେ ।

ରୋଡ ଶୋ’ ପରେ ମୁଖ୍ୟମନ୍ତ୍ରୀ କଟକ ଅଭିମୁଖେ ଗସ୍ତ କରିବେ ଏବଂ ଛତା ଠାରେ ପହଞ୍ଚିବା ପରେ ପ୍ରାୟ ୪୩ ସ୍ଥାନରେ ଏକ ରୋଡ ଶୋ’ କରିବେ ।

Leave A Reply

Your email address will not be published.