Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରିବା ପାଇଁ ଜିଦ ଧରିଲାଣି ପାକିସ୍ତାନ

ଲାହୋର: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରାଇବା ପାଇଁ ଜିଦ ଧରିଛି । ଆସନ୍ତା ସପ୍ତାହରେ ଡର୍ବାନରେ ହେବାକୁ ଥିବା ଆଇସିସି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି । ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଜକା ଅଶ୍ରଫ ଏହି ସୂଚନା ଦେଇଛନ୍ତି । ୩୧ ଅଗଷ୍ଟରୁ ୧୩ ସେପ୍ଟମ୍ବର ପର୍ଯ୍ୟନ୍ତ ଏସିଆ କପ ଖେଳାଯିବ । ପାକିସ୍ତାନର ଏହାର ଆୟୋଜକ ଥିବା ବେଳେ ଭାରତ ଖେଳିବାକୁ ମନା କରି ଦେଇଥିଲା । ପରେ ଭାରତର ମ୍ୟାଚଗୁଡିକ ଶ୍ରୀଲଙ୍କାରେ ହେବ ବୋଲି ସ୍ଥିର ହୋଇଛି । ଯାହାକୁ ନେଇ ପିସିିବି ଅସନ୍ତୁଷ୍ଟ ଅଛି ।

ପାକିସ୍ତାନ କ୍ରୀଡା ମନ୍ତ୍ରୀ ଏହଶାନ ମଜାରୀ କହିଛନ୍ତି ଯଦି ଭାରତୀୟ ଟିମ ଏସିଆ କପ ପାଇଁ ପାକିସ୍ତାନ ଆସି ପାରିବେନି ଆମେ ବିଶ୍ୱକପ ନିମନ୍ତେ ସେଠାକୁ କିପରି ଯିବୁ । ଆଇସିିସି ବିଶ୍ୱକପ କାର୍ଯ୍ୟସୂଚୀ ଜାରୀ କରି ସାରିଥିବାରୁ ଏଥିରେ ପରିବର୍ତନ ନେଇ ସଂଶୟ ରହିଛି । ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ ହେବ ବୋଲି ସ୍ଥିର ହୋଇଛି । ଆଇସିସିର ପରବର୍ତୀ ବୈଠକରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।

Comments are closed.