Latest Odisha News

BREAKING NEWS

ମାନବ ଚାଲାଣ ମାମଲା: ଦଲେର ମେହେନ୍ଦିଙ୍କୁ ମିଳିଲା ଜାମିନ

ଚଣ୍ଡୀଗଡ: ମାନବ ଚୋରା ଚାଲାଣ ମାମଲାରେ ଆଜି ଗାୟକ ଦଲେର ମେହେନ୍ଦିଙ୍କୁ ଜାମିନ ମିଳିଛି । ୧୯ ବର୍ଷ ତଳର ଏହି ପୁରୁଣା ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ସଜା ବିରୋଧରେ ଦଲେରଙ୍କ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୮ ମାର୍ଚ୍ଚ ୧୬ରେ ପଟିୟାଲାର ଟ୍ରାଏଲ କୋର୍ଟ ତାଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । ଏ ନେଇ ଦଲେରଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରା ଯାଇଥିଲା । ୪ ବର୍ଷ ପରେ ଜୁଲାଇ ୧୪ରେ ଏହି ଆବେଦନକୁ ଖାରଜ କରି ନିମ୍ନ ଅଦାଲତ ସଜା କାଏମ ରଖିଥିଲେ ।

ଏହା ପରେ ସେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣୀରେ ତାଙ୍କ ସଜା ବାତିଲ ହୋଇଛି । ସୂଚନାଯୋଗ୍ୟ, ଦଲେର ଏବଂ ତାଙ୍କ ଭାଇ ଶମଶେର ସିଂଙ୍କ ବିରୋଧମରେ ମାନବ ଚାଲାଣ ଅଭିଯୋଗ ହୋଇଥିଲା । ସେମାନେ ମୋଟା ଅଙ୍କର ଅର୍ଥ ନେଇ ଲୋକମାନଙ୍କୁ ଚୋରାରେ ବିଦେଶ ପଠାଉଥିଲେ ।

Leave A Reply

Your email address will not be published.