Latest Odisha News

BREAKING NEWS

ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା, ସ୍କୁଲ ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୧୮ମାସ ପରେ ସୋମବାରରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ। ଅନଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ। ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ। କୋଭିଡ଼ ଗାଇଡ଼ଲାଇନକୁ ମାନି ପାଠ ପଢ଼ିବେ ଛାତ୍ରଛାତ୍ରୀ।

ଦୀର୍ଘ ମାସ ପରେ ସ୍କୁଲ ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ ଅନୁଯାୟୀ ପରିଷ୍କାର, ପରିଚ୍ଛନ୍ନତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କ୍ଲାସ ଆରମ୍ଭ ହେବା ପୂର୍ବରୁ ସ୍କୁଲକୁ ସାନିଟାଇଜ କରାଯାଇଛି। କୋଭିଡ଼ ଗାଇଡ଼ଲାଇନ ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ହାତ ସାନିଟାଇଜ କରାଯିବ।

ସ୍କୁଲରେ ଅଷ୍ଟମ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ। ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନରେ ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ ଆଦି କରାଯିବା। ଏହାସହ କୋଭିଡ଼ ସମୟରେ କିପରି ବିତାଇଲେ ତା ଉପରେ ଆଲୋଚନା ହେବ। ଏହି ଦୁଇଦିନ କୌଣସି ପାଠପଢ଼ା ହେବ ନାହିଁ। ଛାତ୍ରଛାତ୍ରୀଙ୍କ ବସିବା ସ୍ଥାନରେ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦିଆଯିବ। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲରେ ଆଇସୋଲେସନ ରୁମ ମଧ୍ୟ ଖୋଲାଯାଇଛି। ତେବେ କ୍ଲାସରୁମରେ ପାଠପଢ଼ା ସହଜ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

Leave A Reply

Your email address will not be published.