Latest Odisha News

BREAKING NEWS

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ୩ ମହିଳାଙ୍କ ସମେତ ୮ ମୃତ

କ୍ରିଷ୍ଣାଗିରି: ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲାରେ ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩  ଜଣ ମହିଳା ଥିବା ଜଣାଯାଇଛି । ଅନେକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶନିବାର ସକାଳ ପ୍ରାୟ ୯.୪୫ରେ ହଠାତ ଏକ ବାଣ ତିଆରି ଗୋଦାମରେ ଏହି ବିସ୍ଫୋରଣ ଘଟିଥିଲା । ତେବେ କେମିତି ଏବଂ କାହିଁକି ଏହି ବିସ୍ଫୋରଣ ହେଲା ତାହାର କାରଣ ସ୍ପଷ୍ଟ କରିନାହିଁ ପୋଲିସ ।

ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିକଟରେ ଥିବା ଏକ ହୋଟେଲ ଭାଙ୍ଗି ଯିବା ସହ ପାଖରେ ଥିବା ୪ଟି କୋଠା ନଷ୍ଟ ହୋଇଯାଇଛି । ପୋଲିସର ସୂଚନା ଅନୁସାରେ ୧୨ ଜଣ ଆହତ ହୋଇଛନ୍ତି ।

ମୃତ ୮ ଜଣଙ୍କ ମଧ୍ୟରୁ ୭ ଜଣ ବାଣ ଗୋଦାମ ମାଲିକଙ୍କ ପରିବାରର । ସେମାନଙ୍କ ମଧ୍ୟରେ ଅଛନ୍ତି ବାଣ ଗୋଦାମ ମାଲିକ ରବି ଓ ତାଙ୍କ ପତ୍ନୀ ଜୟଶ୍ରୀ , ତାଙ୍କର ଝିଅ ଋତିକା, ପୁଅ ଋତିଶ, ଜଣେ ହୋଟେଲ ମାଲିକ ରାଜେଶ୍ୱରୀ ଏବଂ ପଡୋଶୀ ଇବ୍ରାହିମ ଓ ଇମ୍ରାନ ।

ପ୍ରଥମେ ବିସ୍ଫୋରଣ ପରେ ବାଣ ଗୋଦାମ ଜଳିଥିଲା । ଏହାପରେ ନିଆଁ ବ୍ୟାପକ ରୂପ ନେଇ ଆଖପାଖ ହୋଟେଲ ଓ ଦୋକାନକୁ ବ୍ୟପିଥିଲା । ଫଳରେ ଗୋଟିଏ ଦୋକାନ ଓ ତିନିଜଣଙ୍କ ଘର ଭାଙ୍ଗି ଯାଇଛି ।

ଘଟଣାସ୍ଥଳରେ କ୍ରିଷ୍ଣାନଗର ଟାଉନ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

Comments are closed.