Latest Odisha News

ବିଜେଡ଼ିରୁ ଇସ୍ତଫା ଦେଲେ ୮ ଥର ସାଂସଦ ରହିଥିବା ଅର୍ଜୁନ ସେଠୀ

ଭୁବନେଶ୍ୱର : ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଶନିବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ସେଠୀ କହିଛନ୍ତି, “ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ଏବଂ ପ୍ରାୟ ୪ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ସୁଯୋଗ ଦିଆଯାଇନଥିଲା” ।

ଆହୁରି ମଧ୍ୟ ମୁଁ ବିଜେଡିର ପ୍ରାଥମିକ ସଦସ୍ୟତା ପଦ ଏବଂ ଭଦ୍ରକ ଜିଲ୍ଲା ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିବା କହିଛନ୍ତି ।

୮ ଥର ସାଂସଦ ହୋଇଥିବା ଶ୍ରୀଯୁକ୍ତ ସେଠୀ ଦଳରେ ଟିକେଟ୍ ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ମଧ୍ୟ କରିଛନ୍ତି ।

ଶ୍ରୀଯୁକ୍ତ ସେଠୀ ପାର୍ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କ ପୁଅକୁ ଭଦ୍ରକ ଲୋକସଭା ଆସନ ପାଇଁ ଟିକେଟ୍ ପ୍ରଦାନ କରିବା ଲାଗି । ଏନେଇ ସେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା। ଆହୁରି ମଧ୍ୟ ଯେଉଁମାନେ ଟିକେଟ୍ ଲାଗି ଯୋଗ୍ୟ ନୁହଁନ୍ତି ସେମାନଙ୍କୁ ଦଳ ଟିକେଟ୍ ବଣ୍ଟନ କରିଛି । ସେଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଛି ।

୧୯୭୧ ଓ ୧୯୮୦ ମସିହାରେ ଭଦ୍ରକ ଲୋକସଭା ଆସନରୁ ୨ଥର କଂଗ୍ରେସ ପ୍ରାର୍ଥୀ ଭାବେ ଏବଂ ୧୯୯୧ ରେ ଜନତା ଦଳର ପ୍ରାର୍ଥୀ ଭାବେ ଜିତିଥିଲେ ଶ୍ରୀଯୁକ୍ତ ସେଠୀ । ପରବର୍ତ୍ତୀ ସମୟରେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ଏହି ନିର୍ବାଚନମଣ୍ଡଳୀରୁ ଲୋକସଭା ଆସନ ଲାଗି ବିଜେଡି ଟିକେଟରୁ ତାଙ୍କୁ ଚୟନ କରାଯାଇଥିଲା ।

Leave A Reply

Your email address will not be published.