Latest Odisha News

BREAKING NEWS

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପରିସରରେ ବୁଲାକୁକୁର ଗୋଡ଼େଇ କାମୁଡ଼ିଲେ, ୧୨ ଜଣ ଆହତ

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପରିସରରେ ଶନିବାର ଦିନ ଦୁଇଟି ବୁଲା କୁକୁର ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିବା ଏବେ ରାଉରକେଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ବୁଲା କୁକୁରଙ୍କ ଆକ୍ରମଣରେ ୧୨ ଜଣ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ଇତିମଧ୍ୟରେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ମଧ୍ୟରେ ଦୌାରାତ୍ମ୍ୟ କରି ଆକ୍ରମଣ କରୁଥିବା ବୁଲା କୁକୁରମାନଙ୍କୁ ଧରିବାକୁ ୩ଟି ସ୍କ୍ୱାର୍ଡ଼ ଗଠନ କରାଯାଇଛି । ପ୍ଲାଣ୍ଟ ପରିସରରେ କୁକୁରମାନଙ୍କ କିଛଦିନ ହେଲା ଦୌରାତ୍ମ୍ୟ ବୃଦ୍ଧି ଘଟିଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.